ETV Bharat / bharat

Assistance to Afghanistan: ଚତୁର୍ଥ ପର୍ଯ୍ୟାୟରେ ସହାୟତା ପଠାଇଲା ଭାରତ

author img

By

Published : Jan 29, 2022, 6:37 PM IST

ଆଫଗାନିସ୍ତାନକୁ ଚତୁର୍ଥ ପର୍ଯ୍ୟାୟରେ ସହାୟତା ପଠାଇଲା ଭାରତ । ରହିଛି ୩ ଟନର ମେଡିକାଲ ସହାୟତା ସାମଗ୍ରୀ । ଅଧିକ ପଢନ୍ତୁ

assistance to Afghanistan: ଆଫଗାନିସ୍ତାନକୁ ଚତୁର୍ଥ ପର୍ଯ୍ୟାୟ ମେଡିକାଲ ସହାୟତା ପଠାଇଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଚତୁର୍ଥ ପର୍ଯ୍ୟାୟରେ ମେଡିକାଲ ସହାୟତା ପଠାଇଲା ଭାରତ । ଏହି ସହାୟତା ପ୍ୟାକେଜ ମଧ୍ୟରେ ୩ ଟନ ମେଡିକାଲ ସାମଗ୍ରୀ ରହିଛି । ଗୃହଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ମାନବୀୟ ସହାୟତା ପ୍ରଦାନ ଚୁକ୍ତି ଅନୁସାରେ ଏହି ସାମଗ୍ରୀ ପଠାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA) ପକ୍ଷରୁ କୁହାଯାଇଛି ।

ପୂର୍ବ ପର୍ଯ୍ୟାୟଗୁଡିକ ପରି ଚଳିତ ଥର ଏହି ସହାୟତା ପ୍ୟାକେଜ ମଧ୍ୟ କାବୁଲସ୍ଥିତ ଇନ୍ଦିରା ଗାନ୍ଧୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ । ପରେ ବିଭିନ୍ନ ସାମାଜିକ ସଂଗଠନ ସହାୟତାରେ ଏହି ସାମଗ୍ରୀ ଆଫଗାନିସ୍ତାନର ଆବଶ୍ୟକ ଲୋକଙ୍କ ମଧ୍ୟରେ ବିତରଣ ହେବା ନେଇ ଯୋଜନା ରହିଥିବା ବୈଦେଶିକ ମନ୍ତ୍ରଣାଳୟ ତାର ବିଜ୍ଞପ୍ତିରେ କହିଛି ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଗୃହଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ସାଧାରଣ ଲୋକେ ସଙ୍କଟମୟ ସ୍ଥିତିରେ ରହିଛନ୍ତି । ତେଣୁ ଆଗାମୀ ଦିନରେ ମଧ୍ୟ ଭାରତ ପକ୍ଷରୁ ଅତ୍ୟାବଶକୀୟ ତଥା ମାନବୀୟ ସହାୟତା ସାମଗ୍ରୀ ପ୍ରେରଣ ପ୍ରକ୍ରିୟା ଜାରି ରହିବ ।

ପୂର୍ବ ବ୍ୟାଚରେ ଭାରତ ପକ୍ଷରୁ ପଠାଯାଇଥିବା ସାମଗ୍ରୀ ମଧ୍ୟରେ ୫ ଲକ୍ଷ କୋଭିଡ ଟିକା ରହିଥିଲା । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଜରିଆରେ ଏହାକୁ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଥିବା ଇନ୍ଦିରା ଗାନ୍ଧୀ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଥିଲା । ପରେ କେତେକ ସାମାଜିକ ସଂଗଠନ ସହାୟତାରେ ଏହାର ସଫଳ ବିତରଣ ମଧ୍ୟ ହୋଇଥିଲା । ଚଳିତ ଥର ଚତୁର୍ଥ ପର୍ଯ୍ୟାୟରେ ପଠାଯାଇଥିବା ସାମଗ୍ରୀ ମଧ୍ୟରେ ପ୍ରାୟ ୩ ଟନର ଚିକିତ୍ସା ସହାୟତା ସାମଗ୍ରୀ ରହିଛି ।

ଆଫଗାନିସ୍ତାନରେ ତାଲିବାନ ସଙ୍କଟ ପରେ ସେଠାରେ ଦେଖାଯାଇଥିବା ମାନବୀୟ ସଙ୍କଟକୁ ନେଇ ଜାତିସଂଘର ଉଦବେଗ ପରେ ବିଶ୍ବର ଅନ୍ୟ କିଛି ପ୍ରମୁଖ ଦେଶ ମଧ୍ୟ ଆଫଗାନିସ୍ତାନକୁ ଜରୁରୀ ସହାୟତା ପ୍ରଦାନ ପାଇଁ ଆଗ୍ରହ ଦେଖାଇଛନ୍ତି । ଏହି ମିଶନରେ ଭାରତ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.