ନୂଆଦିଲ୍ଲୀ: ୟୁକ୍ରେନକୁ ଦ୍ବିତୀୟ ପର୍ଯ୍ୟାୟ ମାନବୀୟ ସହାୟତା ପଠାଇଛି ଭାରତ । ଆଜି ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଏହି ସହାୟତା ସାମଗ୍ରୀ ପଠାଯାଇଥିବା ବେଳେ ପୋଲାଣ୍ଡ ଜରିଆରେ ୟୁକ୍ରେନକୁ ହସ୍ତାନ୍ତର କରାଯିବ । ୟୁକ୍ରେନର ଆକାଶ ମାର୍ଗ ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ଏହି ସହାୟତା ସାମଗ୍ରୀ ପୋଲାଣ୍ଡରେ ପହଞ୍ଚିବ । ପରେ ସେଠାରୁ ୟୁକ୍ରେନକୁ ହସ୍ତାନ୍ତର ହେବ । ଏଥିରେ ଔଷଧ, ଚିକିତ୍ସା ଉପକରଣ ଏବଂ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ମଧ୍ୟ ରହିଛି । ପୂର୍ବରୁ ଭାରତ ପ୍ରଥମ ପର୍ଯ୍ୟାୟ ସହାୟତା ସାମଗ୍ରୀ ପଠାଇ ସାରିଥିଲା ।
-
India sends humanitarian assistance to Ukraine via Poland through an Indian Air Force special flight pic.twitter.com/ErTKApnhv8
— ANI (@ANI) March 6, 2022 " class="align-text-top noRightClick twitterSection" data="
">India sends humanitarian assistance to Ukraine via Poland through an Indian Air Force special flight pic.twitter.com/ErTKApnhv8
— ANI (@ANI) March 6, 2022India sends humanitarian assistance to Ukraine via Poland through an Indian Air Force special flight pic.twitter.com/ErTKApnhv8
— ANI (@ANI) March 6, 2022
ଋଷର ପ୍ରବଳ ଆକ୍ରମଣରେ ୟୁକ୍ରେନ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଠାରେ ସାଧାରଣ ଜନତା ନାନା ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ତେଣୁ ଭାରତ ପକ୍ଷରୁ ମାନବୀୟ ସହାୟତା ସାମଗ୍ରୀ ପଠାଯିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ମଧ୍ୟ ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାର ବେସରୁ ଏହି ସହାୟତା ରାଶି 2 ସ୍ବତନ୍ତ୍ର ବିମାନରେ ପଠାଯାଇଥିଲା । ତେବେ ଆଜି ଦ୍ବିତୀୟ ପର୍ଯ୍ୟାୟ ସହାୟତା ରାଶି ପଠାଇଛି ଭାରତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ