ETV Bharat / bharat

କାନାଡା ନାଗରିକଙ୍କ ପାଇଁ ପୁଣି ଇ-ଭିସା ସେବା ଆରମ୍ଭ କଲା ଭାରତ - ଭିସା ସେବା ଆରମ୍ଭ କଲା ଭାରତ

କାନାଡା ଓ ଭାରତ ସମ୍ପର୍କରେ ଆସୁଛି ସୁଧାର । କାନାଡା ନାଗରିକଙ୍କ ପାଇଁ ପୁଣି ଥରେ ଇ-ଭିସା ସେବା ଆରମ୍ଭ କଲା ଭାରତ। ଅଧିକ ପଢନ୍ତୁ

e visa services resumed for canadians
e visa services resumed for canadians
author img

By ETV Bharat Odisha Team

Published : Nov 23, 2023, 11:20 AM IST

ନୂଆଦିଲ୍ଲୀ: କାନାଡା ନାଗରିକଙ୍କ ଲାଗି ପୁଣି ଥରେ ଇ-ଭିସା ସେବା ଆରମ୍ଭ କଲା ଭାରତ। 2 ମାସର କଟକଣା ପରେ ଭାରତ ପୁଣି ଥରେ ଏହି ସେବା ଆରମ୍ଭ କରିଛି । ସମସ୍ତ ଶ୍ରେଣୀର ଭିସା ଆବେଦନ କରିପାରିବେ କାନାଡା ନାଗରିକ । ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂହ ନିଜ୍ଜାର ହତ୍ୟାକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖା ଦେବାରୁ ସେପ୍ଟେମ୍ବର 21 ତାରଖରୁ ଭାରତ ଇ-ଭିସା ଉପରେ କଟକଣା ଲଗାଇଥିଲା ।

ଏହା ମଧ୍ୟ ପଢନ୍ତୁ-କାନାଡା ନାଗରିକ ପାଇଁ ଭିସା ବାତିଲ କଲା ଭାରତ

ବୁଧବାର ଜି-20 ବୈଠକ ଶେଷ ହେବା ପରେ ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କାନାଡା ନାଗରିକଙ୍କ ପାଇଁ ସମସ୍ତ ବର୍ଗର ଭିସା ସେବା ଆରମ୍ଭ ହୋଇଥିବା କହିଥିଲେ । ବୈଦେଶୀକ ମନ୍ତ୍ରୀ କହିଛନ୍ତି, "ଜି-20 ବୈଠକ ସହିତ ଇ-ଭିସାର କୌଣସି ସମ୍ପର୍କ ନାହିଁ । କାନାଡ଼ାରେ ସୃଷ୍ଟି ହୋଇଥିବା ବିବାଦ ପରେ ଯେଉଁ ସ୍ଥିତି ରହିଥିଲା ତାହା ଆମ ରାଷ୍ଟ୍ରଦୂତଙ୍କ ପାଇଁ କଷ୍ଟସାଧ୍ୟ ଥିଲା । ଯାହା ଫଳରେ ଆମେ ସାମୟିକ ଭାବେ କାନାଡ଼ା ଅଧିବାସୀଙ୍କ ଭିସା ଆବେଦନ ଉପରେ କଟକଣା ଲଗାଇଥିଲୁ । ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସିଛି । ତେଣୁ ଆମେ ଭାବିଲୁ ଇ-ଭିସା ସେବାକୁ ପୁନଃ ଆରମ୍ଭ କରିବାକୁ ନିଶ୍ଚିତ କଲୁ । ସମସ୍ତ ବର୍ଗର ଭିସା ସେବା ଆରମ୍ଭ ହୋଇଛି । କାନାଡାର ନାଗରିକଙ୍କ ପାଇଁ ଇ-ଭିସା ସେବା ଆରମ୍ଭ ହୋଇଥିବା କାନାଡ଼ାରେ ଥିବା ଭାରତ ହାଇକମିଶନ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-India-Canada conflict: ‘କୂଟନୈତିକ ଅଧିକାରୀଙ୍କୁ ବରଖାସ୍ତ କରିବା ଅନ୍ତର୍ଜାତୀୟ ନିୟମର ଉଲ୍ଲଙ୍ଘନ ’

ଦିଲ୍ଲୀରେ ଆୟୋଜିତ ଜି-20 ସମ୍ମିଳନୀରେ ସାମିଲ ହୋଇ ସ୍ବଦେଶ ଫେରିବା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାର ହତ୍ୟାରେ ଭାରତୀୟ ଏଜେନ୍ସି ସମ୍ପୃକ୍ତ ଥିବା ଅଭିଯୋଗ କରିଥିଲା । ଏହାପରେ ଭାରତ ଓ କାନାଡ଼ା ଦ୍ବିପାକ୍ଷିକ ସମ୍ପର୍କ ଚମର ତିକ୍ତତାରେ ପହଞ୍ଚିଥିଲା । ଭାରତ ଏହି ଅଭିଯୋଗ ସମ୍ପର୍କରେ କାନାଡାଠୁ ପ୍ରମାଣ ମାଗିଥିବା ବେଳେ କାନାଡ଼ା ସେଥିରେ ସହଯୋଗ କରିନଥିଲା । ଯାହା ଫଳରେ ଦୁଇ ଦେଶର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ମାତ୍ର ଏବେ କୂଟନୈତିକ ସମ୍ପର୍କରେ ସାମାନ୍ୟ ସୁଧାର ଆସିଛି । ଭାରତ ପକ୍ଷରୁ ବନ୍ଦ କରାଯାଇଥିବା ଭିସା ସେବା ଆଶିଂକ ଭାବେ କାର୍ଯ୍ୟକ୍ଷମ ହେବା ପରେ ଏବେ ସମସ୍ତ ବର୍ଗର ଭିସା ସେବା ଆରମ୍ଭ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.