ETV Bharat / bharat

UN ରେ ଭାରତର ଦାବି, ନୂଆ IT ନିୟମ ସୋସିଆଲ ମିଡିଆ ୟୁଜର୍ସଙ୍କୁ କରିବ ସଶକ୍ତ - ସୋସିଆଲ ମିଡିଆ ୟୁଜର୍ସ

ସୋସିଆଲ ମିଡିଆ ୟୁଜର୍ସଙ୍କୁ ନୂଆ ଆଇଟି ଆଇନ ଶକ୍ତ କରିବ ବୋଲି ସଂଯୁକ୍ତ ରାଷ୍ଟ୍ର(UN)ରେ ସ୍ପଷ୍ଟ କରିଛି ଭାରତର ସ୍ଥାୟୀ ମିଶନ । ଅଧିକ ପଢନ୍ତୁ...

UN ରେ ଭାରତର ଦାବି, ନୂଆ IT ନିୟମ ସୋସିଆଲ ମିଡିଆ ୟୁଜର୍ସଙ୍କୁ କରିବ ସଶକ୍ତ

author img

By

Published : Jun 20, 2021, 6:36 PM IST

ନୂଆଦିଲ୍ଲୀ: ନୂଆ ଆଇଟି ଆଇନ ସୋସିଆଲ ମିଡିଆ ୟୁଜର୍ସଙ୍କୁ ସଶକ୍ତ କରିବ ବୋଲି ସଂଯୁକ୍ତ ରାଷ୍ଟ୍ର(UN)ରେ ସ୍ପଷ୍ଟ କରିଛି ଭାରତର ସ୍ଥାୟୀ ମିଶନ । ଏହାସହ ଏହି ନିୟମ ସରକାର ଅନେକ ବିଚାର ବିମର୍ଶ ପରେ ପ୍ରସ୍ତୁତ କରିଥିବା କହିଛି ଭାରତ ।

ମାନବାଧିକାର ପରିଷଦର ଏକ ଚିଠିରେ କିଛି ଚିନ୍ତା ପ୍ରକଟ କରିବା ପରେ ବର୍ତ୍ତମାନ ସରକାର ଏହାର ଉତ୍ତର ଦେଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ ପ୍ରକାଶନ ମାଧ୍ୟମରେ କହିଛି ଯେ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛି ।

ଏହି ନୂଆ ନିୟମ ସୋସିଆଲ ମିଡିଆ ୟୁଜର୍ସଙ୍କୁ ସଶକ୍ତ କରିବ ବୋଲି ଭାରତ ସରକାର ମିଳିତ ଜାତିସଂଘକୁ କହିଛନ୍ତି। ଅସନ୍ତୁଷ୍ଟ ବ୍ୟକ୍ତି ସୋସିଆଲ ମିଡିଆରେ ଅଭିଯୋଗ କରିବା ପାଇଁ ଏକ ଅଫିସିଆଲ ପ୍ଲାଟଫର୍ମ ପାଇବେ ।

ଅନେକ ପରାମର୍ଶ ପରେ ନୂତନ ଆଇଟି ନିୟମାବଳୀ ପ୍ରସ୍ତୁତ କରାଯାଇଥିଲା । ସରକାର କହିଛନ୍ତି ଯେ ବାସ୍ତବରେ ଏଭଳି ଏକ ଆଇନ ଆବଶ୍ୟକ ଥିଲା କାରଣ ସୋସିଆଲ ମିଡିଆକୁ ଅପବ୍ୟବହାର କରାଯାଉଛି । ଯେଉଁଥିରେ ଆତଙ୍କବାଦ କାର୍ଯ୍ୟକଳାପ, ଅଶ୍ଳୀଳ ବିଷୟବସ୍ତୁ ଆଦି ଅନ୍ତର୍ଭୁକ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.