ETV Bharat / bharat

Russia Ukraine War: ୟୁକ୍ରେନରୁ ଉଦ୍ଧାର ହେଲେ ପାକ୍‌ ଛାତ୍ରୀ, ମୋଦିଙ୍କୁ ଦେଲେ ଧନ୍ୟବାଦ

author img

By

Published : Mar 9, 2022, 12:06 PM IST

ଋଷ ଓ ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧବେଳେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇ ପାକିସ୍ତାନର ଜଣେ ଛାତ୍ରୀଙ୍କୁ ଭାରତୀୟ ଦୂତାବାସ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଏନେଇ ଛାତ୍ରୀ ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅଧିକ ପଢନ୍ତୁ

Russia Ukraine War: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ପାକିସ୍ତାନୀ ଛାତ୍ର୍ରୀ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧବେଳେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇ ପାକିସ୍ତାନର ଜଣେ ଛାତ୍ରୀଙ୍କୁ ଭାରତୀୟ ଦୂତାବାସ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଏନେଇ ଛାତ୍ରୀ ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାନୁସାରେ, ଅସମା ସୈଫିକ୍ୟୁ ନାମକ ଏହି ପାକିସ୍ତାନ ଝିଅ ୟୁକ୍ରେନରେ ଫସିଥିଲେ ଏବଂ ଉଦ୍ଧାର ପାଇଁ ବହୁ ଚେଷ୍ଟା କରିବା ସତ୍ତ୍ବେ ଉଦ୍ଧାର ହୋଇ ପାରୁ ନଥିଲେ । ଏହି ସମୟରେ କିଭ ସ୍ଥିତ ଭାରତୀୟ ଦୂତାବାସ ତାଙ୍କୁ ସହଯୋଗର ହାତ ବଢ଼ାଇ ସୁରକ୍ଷିତ ଭାବେ ୱାରଜୋନରୁ ଉଦ୍ଧାର କରିଛି । ବର୍ତ୍ତମାନ ସେ ନିିଜ ଦେଶକୁ ଫେରୁଥିବା ବେଳେ ଗୋଟିଏ ଭିଡିଓ ଜାରି କରି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅସମା ଏକ ଭିଡିଓ ଜାରିକରି କହିଛନ୍ତି ଯେ, ଆମେ ଏଠାରେ କଠିନ ପରିସ୍ଥିତି ମଧ୍ୟରେ ଫସି ରହିଥିଲୁ । ସେହି ପରିସ୍ଥିତିରେ କିଭ୍ ସ୍ଥିତ ଭାରତୀୟ ଦୂତାବାସ ଆମକୁ ସହଯୋଗ କରିଥିଲା । ଭାରତୀୟ ଦୂତାବାସ ଆମକୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିବା ସହ ସବୁ ପ୍ରକାରର ସହାୟତା ଯୋଗାଇ ଦେଇଛି । ଏଥିପାଇଁ ଭାରତୀୟ ଦୂତାବାସ ନିକଟରେ ମୁଁ କୃତଜ୍ଞ । ମୁଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । ଆମର ଆଶା ଆମେ ପଶ୍ଚିମ ୟୁକ୍ରେନରୁ ସୁରକ୍ଷିତ ଭାବେ ଘରକୁ ଫେରିପାରିବୁ।

ଏହା ପ୍ରଥମ ଘଟଣା ନୁହେଁ ଅପରେସନ ଗଙ୍ଗା ମାଧ୍ୟମରେ ବାଂଲାଦେଶର ୯ ଜଣ ନାଗରିକଙ୍କୁ ୟୁକ୍ରେନରୁ ଉଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେକ ହସିନା ଧନ୍ୟବାଦ ଜଣାଇଛନ୍ତି । ଏହାସହ ନେପାଳି ନାଗରିକଙ୍କୁ ମଧ୍ୟ ଅପରେସନ ଗଙ୍ଗା ମାଧ୍ୟମରେ ଉଦ୍ଧାର କରାଯାଇଛି । କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ସୂଚନା ଦେଇଛନ୍ତି ଯେ, ପୋଲାଣ୍ଡରୁ ଭାରତ ସରକାର ୭ ଜଣ ନେପାଳୀଙ୍କୁ ଉଦ୍ଧାର କରିଛନ୍ତି ।

MEA ପକ୍ଷରୁ ମଙ୍ଗଳବାର ଦିନ ସୂଚନା ଦେଇଛି ଯେ, ସୁମିରେ ଫସି ରହିଥିବା ସମସ୍ତ ଭାରତୀୟ ଛାତ୍ରଙ୍କୁ ସ୍ଥାନାନ୍ତର କରାଯାଇଛି। ୟୁକ୍ରେନର ପଡୋଶୀ ଦେଶରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ 'ଅପରେସନ୍ ଗଙ୍ଗା' ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ୧୮ ହଜାର ଭାରତୀୟଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଫେରାଇ ନିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.