ETV Bharat / bharat

India Corona: କମିଲା ସଂକ୍ରମଣ, ଦିନକରେ 6,594 ନୂଆ ସଂକ୍ରମିତ - ଦେଶରେ କମିଲା ସଂକ୍ରମଣ

ଦେଶରେ କମିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ମୋଟ 6,594 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: କମିଲା ସଂକ୍ରମଣ, ଦିନକରେ 6594 ସଂକ୍ରମିତ

author img

By

Published : Jun 14, 2022, 10:29 AM IST

ନୂଆଦିଲ୍ଲୀ: ଦେଶରେ କମିଲା ସଂକ୍ରମଣ । କିଛି ଦିନ ହେବ ସଂକ୍ରମଣ ଲଗାତାର ବଢିବା ପରେ ଆଜି ଏଥିରେ ସାମାନ୍ୟ ହ୍ରାସ ଘଟିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରୁ ମୋଟ 6,594 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 6,594 fresh Covid Cases) । ଗତକାଲି(ସୋମବାର) ଏହି ସଂଖ୍ୟା 8,084 ଥିଲା । ସେହିପରି ଦିନକରେ 4,035 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଦେଶରେ ସୁସ୍ଥହାର ୯୮.୬୭ ପ୍ରତିଶତ ରହିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଭାରତରେ କୋରୋନା ସକ୍ରିୟ ମାମଲା ଏବେ 50 ହଜାର ପାର୍ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 50,548ରେ ପହଞ୍ଚିଛି । ଦେଶରେ ଏଯାବତ 4,26,61,370 ସଂକ୍ରମଣରୁ ସୁସ୍ଥ ଲାଭ କରିଛନ୍ତି । ଦେଶବ୍ୟାପୀ ସମୁଦାୟ 195 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.