ETV Bharat / bharat

India Corona: ୨ ହଜାର ତଳେ ସଂକ୍ରମଣ, ଦିନକରେ ୧୨୭ ମୃତ

author img

By

Published : Mar 20, 2022, 9:45 AM IST

ଦେଶରେ କ୍ରମଶଃ ଖସୁଛି କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର 1,761 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ୨ ହଜାର ତଳେ ସଂକ୍ରମଣ, ୧୨୭ ମୃତ

ନୂଆଦିଲ୍ଲୀ: ଦେଶରେ ଦୁର୍ବଳ ହୋଇଛି ତୃତୀୟ ଲହର । କ୍ରମଶଃ ଖସୁଛି କୋରୋନା ଗ୍ରାଫ୍ । ତିନି ଲକ୍ଷ ପାର୍ କରିଥିବା ସଂକ୍ରମଣ ମାମଲା କିଛି ଦିନ ମଧ୍ୟରେ ହଜାରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 1,761 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 1,761 fresh covid cases) । ସଂକ୍ରମଣ ଏତେମାତ୍ରାରେ କମିଥିଲେ ହେଁ ଆଜି ପୁଣିଥରେ ମୃତ୍ୟୁସଂଖ୍ୟା 100 ଟପିଛି । ଦିନକରେ ଦେଶରେ ପୁଣି 127 ସଂକ୍ରମିତଙ୍କ ମୁଣ୍ଡ ନେଇଛି କିଲର୍ ଭାଇରସ ।

ସଂକ୍ରମଣ କମିବା ସହ ଭାରତରେ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ 26,240ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଦେଶରେ 5,16,352 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ଏବେସୁଦ୍ଧା 181.04 କୋଟି ଡୋଜ୍ ଟୀକାକରଣ କରାଯାଇଛି । ସେଥିମଧ୍ୟରୁ ୧୨ରୁ ୧୪ ବର୍ଷ ବୟସ୍କ ବର୍ଗ ୧୬ ଲକ୍ଷ ଟିକା ଡୋଜ୍ ନେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.