ETV Bharat / bharat

India Corona: ଦିନକରେ ୨୫୩୯ ନୂଆ ସଂକ୍ରମତ, ୬୦ ମୃତ

author img

By

Published : Mar 17, 2022, 10:01 AM IST

ଦେଶରେ କ୍ରମଶଃ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,539 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦିନକରେ ୨୫୩୯ ନୂଆ ସଂକ୍ରମତ, ୬୦ ମୃତ
India Corona: ଦିନକରେ ୨୫୩୯ ନୂଆ ସଂକ୍ରମତ, ୬୦ ମୃତ

ନୂଆଦିଲ୍ଲୀ: ଦେଶରେ ମହାମାରୀ ସ୍ଥିତିରେ ସୁଧାର ଆସିଛି । ବେଲଗାମ୍ ଥିବା ସଂକ୍ରମଣ ମାମଲା ଏବେ କାବୁରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 2,539 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 2,539 fresh covid cases) । ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଦେଶରେ ଦିନକରେ 60 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 4,491 ଜଣ ସୁସ୍ଥ ହୋଇଛନ୍ତି ।

ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ 30,799ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର ଏବେ 0.35%ରେ ପହଞ୍ଚିଛି । ଏଯାବତ୍ ଭାରତରେ ମୋଟ 4,24,54,546 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ5,16,132 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ବର୍ତ୍ତମାନ ଚୀନ, ସିଙ୍ଗାପୁର, ସାଉଥ କୋରିଆ ସମେତ ଅନେକ ଦେଶରେ ସଂକ୍ରମଣ ମାମଲା ବୃଦ୍ଧି ପାଉଛି । ବୁଧବାର ଦିନ ଚୀନରେ ୫,୨୮୦ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ । ମହାମାରୀ ଆରମ୍ଭ ହେବା ଦିନଠାରୁ ଏହା ସର୍ବାଧିକ ମାମଲା ବୋଲି କୁହାଯାଉଛି । ତେଣୁ ଭାରତର ସଂକ୍ରମଣ କମୁଥିଲେ ହେଁ ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.