ETV Bharat / bharat

India Corona: ୨ ହଜାର ତଳେ ସଂକ୍ରମଣ, କମିଲା ମୃତ୍ୟୁ

author img

By

Published : Mar 15, 2022, 9:30 AM IST

ଦେଶରେ ତଳମୁହାଁ କୋରୋନା ମିଟର । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 2,568 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ୨ ହଜାର ତଳେ ସଂକ୍ରମଣ, କମିଲା ମୃତ୍ୟୁ
India Corona: ୨ ହଜାର ତଳେ ସଂକ୍ରମଣ, କମିଲା ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ପ୍ରତିଦିନ ପୂର୍ବଦିନ ଅପେକ୍ଷା କମୁଛି ପଜିଟିଭଙ୍କ ସଂଖ୍ୟା । ସଂକ୍ରମଣ ମାମଲା କ୍ରମଶଃ ହ୍ରାସ ପାଇ ଏବେ ୩ ହଜାର ତଳେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 2,568 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 2,568 fresh covid cases) । ଆଜି ମଧ୍ୟ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧୦୦ ତଳେ ରହିଛି । ଦିନକରେ ଦେଶରେ 97 କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ 4,722 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସଂକ୍ରମଣ କମିବା ସହ ଭାରତରେ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ 33,917ଟି ସକ୍ରିୟ ମାମଲା ରହିଛି । ଏବେ ଦୈନିକ ପଜିଟିଭ ହାର 0.37%ରେ ପହଞ୍ଚିଛି । ଏଯାବତ୍ ଦେଶରେ ମୋଟ 4,24,46,171 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ସମୁଦାୟ 5,15,974 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ଏଯାବତ୍ 180.36 କୋଟି ଡୋଜ୍ ଟୀକାକରଣ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.