ETV Bharat / bharat

India Corona: ୧୦ ହଜାର ୨୭୩ ନୂଆ ସଂକ୍ରମିତ, ୨୪୩ ମୃତ

ଦେଶରେ ତଳମୁହାଁ କୋରୋନା ମିଟର । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 10,273 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ୧୦ ହଜାର ୨୭୩ ନୂଆ ସଂକ୍ରମିତ, ୨୪୩ ମୃତ
India Corona: ୧୦ ହଜାର ୨୭୩ ନୂଆ ସଂକ୍ରମିତ, ୨୪୩ ମୃତ
author img

By

Published : Feb 27, 2022, 9:38 AM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ ସ୍ଥିତିରେ ସୁଧାର ଆସୁଛି । କମୁଛି ତୃତୀୟ ଲହର ପ୍ରଭାବ । ଦିନେ ଯେଉଁଠି ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ଟପିଥିଲା, ଦିନ କେଇଟାରେ ତାହା ୧୦ ହଜାରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 10,273 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 10,273 fresh covid cases) । ଗତକାଲି ଏହି ସଂଖ୍ୟା 11,499 ଥିଲା । ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଉଛି । ଦେଶରେ ଦିନକରେ 243 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 20,439 ଜଣ ସୁସ୍ଥ ହୋଇଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ 1,11,472ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର ଏବେ 1.00 ପ୍ରତିଶତରେ ପହଞ୍ଚିଛି । ଏଯାବତ୍ ଭାରତରେ ମୋଟ 4,22,90,921 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,13,724 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ସମୁଦାୟ 1,77,44,08,129 କୋଟି ଡୋଜ୍ ଟୀକାକରଣ କରାଯାଇଛି । କେବଳ ଶନିବାର ସନ୍ଧ୍ୟା ସୁଦ୍ଧା 21 ଲକ୍ଷ ଡୋଜ୍ ଟିକା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.