ETV Bharat / bharat

INDIA CORONA: ଦିନକରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ ପଜିଟିଭ

author img

By

Published : Jan 17, 2022, 9:05 AM IST

Updated : Jan 17, 2022, 10:20 AM IST

ଦେଶରେ ତିନି ଲକ୍ଷ ମୁହାଁ ହେଲା ସଂକ୍ରମଣ । 24 ଘଣ୍ଟା ମଧ୍ୟରେ ୨ ଲକ୍ଷ ୫୮ ହଜାର ୮୯ ନୂଆ ସଂକ୍ରମିତ ଚିହ୍ନଟ (India reports fresh COVID cases)। ଅଧିକ ପଢନ୍ତୁ

INDIA COଦିନକରେ ୨, ୫୮ ହଜାର ନୂଆ ସଂକ୍ରମିତRONA
INDIA CORONଦିନକରେ ୨, ୫୮ ହଜାର ନୂଆ ସଂକ୍ରମିତA

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ମହାମାରୀ । କୋରୋନାରି ବିସ୍ଫୋରକ ସ୍ଥିତି ଦେଇ ଗତି କରୁଛନ୍ତି ଦେଶବାସୀ । ତିନି ଲକ୍ଷ ମୁହାଁ ହୋଇଛି ଦୈନିକ ସଂକ୍ରମଣ । ଗତକାଲି ଚିହ୍ନଟ ମାମଲାଠୁ ଆଜି ସଂକ୍ରମଣ ମାମଲା ସାମାନ୍ୟ କମ ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୮ ହଜାର ୦୮୯ ନୂଆ ସଂକ୍ରମିତ ଚିହ୍ନଟ (India reports fresh COVID cases) ହୋଇଛନ୍ତି । ଯାହା ଗତକାଲି (ରବିବାର) ଚିହ୍ନଟ ସଂକ୍ରମିତଠୁ ୪ ପ୍ରତିଶତ କମ ରହିଛି । ୧୬ ପ୍ରତିଶତରୁ ୧୯ ପ୍ରତିଶ୍ରତ ପଜିଟିଭିଟି ହାର ରହିଛି ।

ଏପଟେ ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗୁନି । ଦିନକରେ ୩୫୮ ଜଣଙ୍କ ଜୀବନ ନେଇଛି ମହାମାରୀ । ଏହାକୁ ମିଶାଇ ୪ ଲକ୍ଷ ୮୬ ହଜାର ୪୫୧କୁ ବୃଦ୍ଧି ହୋଇଛି । ଏବେସୁଦ୍ଧା ଦେଶରେ ୩ କୋଟି ୬୦ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୧୬ ଲକ୍ଷ ୫୬ ହଜାର ୩୪୧ ସକ୍ରିୟ ମାମଲା ରହିଛି । ଏଯାବଦ ୩୫୨୩୭୪୬୧ ଜଣ ସୁସ୍ଥ ହୋଇଛନ୍ତି । କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏଯାବତ୍ ୮ ହଜାର ୨୦୯ ଓମିକ୍ରନ ମାମଲା ଚିହ୍ନଟ ହୋଇଛି ।

@ANI

Last Updated : Jan 17, 2022, 10:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.