ETV Bharat / bharat

INDIA CORONA: ଦିନକରେ 2,71,202 ନୂଆ ସଂକ୍ରମିତ - india daily covid report

ଦେଶରେ ତିନି ଲକ୍ଷ ମୁହାଁ ହେଲା ସଂକ୍ରମଣ । 24 ଘଣ୍ଟା ମଧ୍ୟରେ 2,71,202 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

INDIA CORONA: ଦିନକରେ 2,71,202 ନୂଆ ସଂକ୍ରମିତ

author img

By

Published : Jan 16, 2022, 9:41 AM IST

ନୂଆଦିଲ୍ଲୀ: ଭାରତରେ କାୟା ମେଲାଉଛି ମହାମାରୀ । ଦିନକରେ ତିନି ଲକ୍ଷ ମୁହାଁ ହେଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,71,202 ନୂଆ ସଂକ୍ରମିତ ଚିହ୍ନଟ((India reports 2,71,202 fresh COVID cases) ହୋଇଛନ୍ତି । ଯାହା ଗତକାଲି(ଶୁକ୍ରବାର) ତୁଳନାରେ 2,369 ଅଧିକ । ବର୍ଦ୍ଧିତ ସଂକ୍ରମଣ ମାମଲା ସହ ଭାରତରେ ସୁସ୍ଥ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଦିନକ ମଧ୍ୟରେ 1,38,331 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଏବଂ 314 ଜଣଙ୍କ ମୃତ୍ୟୁ ଘଟିଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଭାରତରେ ସକ୍ରିୟ ମାମଲା 15,50,377ରେ ପହଞ୍ଚିଛି । ଦେଶରେ ଦିନକୁ ଦିନ ପଜିଟିଭ ହାର ବଢିଚାଲିଛି । ଭାରତର ଦୈନିକ ପଜିଟିଭ ହାର ଏବେ 16.28% କୁ ବୃଦ୍ଧି ପାଇଛି । ସେପଟେ କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଏଯାବତ୍ ଦେଶ ମଧ୍ୟରୁ 7,743 ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଶନିବାର ମୋଟ 16,65,404 ସାମ୍ପୁଲ ଟେଷ୍ଟ କରାଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.