ETV Bharat / bharat

India Corona: ଦେଶରେ କମୁଛି ସଂକ୍ରମଣ, ୧୦୦ ତଳେ ମୃତ୍ୟୁସଂଖ୍ୟା

author img

By

Published : Mar 12, 2022, 9:42 AM IST

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 3,614 ନୂଆ କୋରୋନା ସଂକ୍ରମିତ ଚିହ୍ନଟ । ଦୀର୍ଘ ଦିନ ପରେ ୧୦୦ ତଳକୁ ଖସିଲା ମୃତ୍ୟୁସଂଖ୍ୟା । ଅଧିକ ପଢନ୍ତୁ

India Corona: ଦେଶରେ କମୁଛି ସଂକ୍ରମଣ, ୧୦୦ ତଳେ ମୃତ୍ୟୁସଂଖ୍ୟା
India Corona: ଦେଶରେ କମୁଛି ସଂକ୍ରମଣ, ୧୦୦ ତଳେ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଆଜି ଦୈନିକ ପଜିଟିଭ ମାମଲା ୪ ହଜାର ତଳେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର 3,614 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 3,614 fresh covid cases) । ଦୀର୍ଘ ଦିନ ପରେ ଆଜି ଦେଶରେ ମୃତ୍ୟୁସଂଖ୍ୟା ମଧ୍ୟ ୧୦୦ ତଳକୁ ହ୍ରାସ ପାଇଛି । ଦିନକରେ 89 କୋରୋନା ସଂକ୍ରମିତ ଆଖି ବୁଜିଥିବା ବେଳେ 5,185 ଆକ୍ରନ୍ତ ସୁସ୍ଥ ହୋଇଛନ୍ତି ।

ସଂକ୍ରମଣ କମିବା ସହ ଭାରତରେ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ମୋଟ 40,559 ଟି ସକ୍ରିୟ ମାମଲା ରହିଛି । ଦେଶରେ ଦୈନିକ ପଜିଟିଭ ହାର 0.44% ରହିଛି । ଏଯାବତ୍ ମୋଟ 4,24,31,513 ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ 5,15,803 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ଏଯାବତ୍ 1,79,91,57,486 କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ 18,18,511 କୋଟି ଡୋଜ୍ ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.