ନୂଆଦିଲ୍ଲୀ: ଦେଶରେ କମୁଛି ସଂକ୍ରମଣ । ଦୈନିକ ସଂକ୍ରମଣ ମାମଲା ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ 975 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ( India reports 975 fresh cases) । ସେହିପରି ଦିନକରେ ଦେଶରେ 796 ଜଣ ଆରୋଗ୍ୟ ଲାଭ କରିଛନ୍ତି ।
ଏହାସହ ୪ ଜଣଙ୍କର ଜୀବନ ନେଇଛି ମହାମାରୀ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ସମୁଦାୟ ସକ୍ରିୟ ମାମଲା 11,366କୁ ବୃଦ୍ଧି ପାଇଛି । ଏଯାବତ ଭାରତରେ ମୋଟ ୪,୨୫,୦୭,୮୩୪ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶବ୍ୟାପୀ ସମୁଦାୟ ୧,୮୬,୩୮,୩୧,୭୨୩ ଡୋଜ୍ ଟୀକାକରଣ କରାଯାଇଛି ।
@ANI