ନୂଆଦିଲ୍ଲୀ: ସଂକ୍ରମଣରେ ବଡ ହ୍ରାସ । ଦେଶରେ ଏକ ହଜାର ତଳକୁ ଖସିଲା ସଂକ୍ରମଣ । ଦୀର୍ଘଦିନର ବ୍ୟବଧାନ ପରେ ଆଜି ୧ ହଜାରରୁ କମ୍ ଦୈନିକ ପଜିଟିଭ ମାମଲା ରେକର୍ଡ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର 795 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 795 fresh covid cases) । ହେଲେ ଆଜି ମଧ୍ୟ ମୃତ୍ୟୁସଂଖ୍ୟା ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ 58 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଓ 1,208 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ୧୫ ହଜାର ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଏବେ ମୋଟ 12,054 ଜଣ ସଂକ୍ରମିତ ରହିଛନ୍ତି । ଏହି କ୍ରମରେ ଦେଶରେ ଦୈନିକ ପଜିଟିଭ ହାର 0.17% ରହିଛି । ଏଯାବତ୍ ଭାରତରେ ମୋଟ 4,24,96,369 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,21,416 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ଦେଶବ୍ୟାପୀ ସମୁଦାୟ 1,84,87,33,081 କୋଟି ଡୋଜ୍ ଟୀକାକରଣ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ