ETV Bharat / bharat

କୋରୋନା ନେଲା ୧୨ ମୁଣ୍ଡ, ଦିନକରେ ୭୬୧ ନୂଆ ସଂକ୍ରମିତ - କୋରୋନା ସଂକ୍ରମଣ

Covid 19 Cases in India: ମୁଣ୍ଡ ନେଉଛି କୋରୋନା ମହାମାରୀ। ସଂକ୍ରମିତଙ୍କ ସହ ବୃଦ୍ଧି ପାଉଛି ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ 761 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 12 ଜଣଙ୍କ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ

Covid 19 Cases in India
Covid 19 Cases in India
author img

By ETV Bharat Odisha Team

Published : Jan 5, 2024, 12:37 PM IST

ହାଇଦ୍ରାବାଦ: ଦେଶରେ ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଦେଶରେ ପୁଣି ଉପର ମୁହାଁ କୋରୋନା ଗ୍ରାଫ। ଦେଶରେ କୋରୋନା ସଂକ୍ରମିତଙ୍କ ସହ ତାଳ ଦେଇ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଚିନ୍ତାକୁ ଏକ ପ୍ରକାର ଦ୍ବିଗୁଣିତ କରିଛି। ଗତ 24 ଘଣ୍ଟା ମଧ୍ୟରେ 761 ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 12ଜଣଙ୍କ ମୁଣ୍ଡ ନେଇଛି କୋରୋନା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ପଜିଟିଭ ସଂଖ୍ଯାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା 4334କୁ ବୃଦ୍ଧି ପାଇଛି। ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଦେଶରେ 220,67,79,081 ବ୍ୟକ୍ତିଙ୍କୁ ଟିକା କରଣ କରାଯାଇଛି।

ଗତ 24 ଘଣ୍ଟାରେ 12 ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 5,33,385କୁ ବୃଦ୍ଧି ପାଇଛି। କେରଳରେ ସର୍ବାଧିକ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। କେରଳରୁ 5ଜଣ, କର୍ଣ୍ଣାଟକରେ 4ଜଣ, ମହାରାଷ୍ଟ୍ରରେ 2 ଏବଂ ଉତ୍ତରପ୍ରଦେଶରୁ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ତେବେ କର୍ଣ୍ଣାଟକରେ ସବୁଠାରୁ ସ୍ଥିତି ଗମ୍ଭୀର ରହିଛି । କେବଳ କର୍ଣ୍ଣାଟକରୁ 298 ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି କୋରୋନା ପଡିଟିଭ ହାର 3.46 ପ୍ରତିଶତରୁ ବୃଦ୍ଧି ପାଇ 3.82ରେ ପହଞ୍ଚିଛି।

ଏହା ମଧ୍ୟ ପଢନ୍ତୁ: ଦେଶରେ 602 ନୂଆ କୋଭିଡ ସଂକ୍ରମଣ, 5 ମୃତ

କର୍ଣ୍ଣାଟକରେ ସ୍ଥିତି ଗମ୍ଭୀର: ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଗତ 24 ଘଣ୍ଟାରେ କର୍ଣ୍ଣାଟକରୁ 298ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେଥିରୁ 172 ଜଣ ବେଙ୍ଗୁଲୁରୁରୁ ରହିଛନ୍ତି। କର୍ଣ୍ଣାଟକର ହସଲ ଜିଲ୍ଲାରୁ 19, ମୈସୁରରୁ 18 ଏବଂ ଦକ୍ଷିଣ କନ୍ନଡରୁ 11ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଚାମରାଜନଗରରୁ 8ଜଣ ସଂକ୍ରମିତ ଚିହ୍ନଟ ହୋଇଥିବେ ବେଳେ ବଲାରୀରୁ6 ଏବଂ କୋପାଲାରୁ 3ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ମହାରାଷ୍ଟ୍ରରେ ଜେଏନ 1 ଭାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ଅଧିକ: କର୍ଣ୍ଣାଟକ ପରେ ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ମହାରାଷ୍ଟ୍ରରୁ ଜେଏନ 1 ଭାରିଆଣ୍ଟରେ 78ଜଣ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା 110ରେ ପହଞ୍ଚିଛି। ଦିନକୁ ଦିନ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜେଏନ 1 ଭାରିଆଣ୍ଟ ଚିନ୍ତାର କାରଣ ସାଜିଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । କେରୋନାର ବୃଦ୍ଧିକୁ ଦେଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.