ETV Bharat / bharat

India Corona, ଦିନକରେ 7591 ନୂଆ ସଂକ୍ରମିତ ଚିହ୍ନଟ - ସଂକ୍ରମଣ କମିବା ସହ ସୁସ୍ଥସଂଖ୍ୟା ବୃଦ୍ଧି ପାଉଛି

ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 7,591 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 7,591 fresh Covid Cases) । ସଂକ୍ରମଣ କମିବା ସହ ସୁସ୍ଥସଂଖ୍ୟା ବୃଦ୍ଧି ପାଉଛି । ଦିନକରେ 45 ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

India Corona,ଦିନକରେ 7591 ନୂଆ ସଂକ୍ରମିତ ଚିହ୍ନଟ

author img

By

Published : Aug 29, 2022, 10:39 AM IST

ନୂଆଦିଲ୍ଲୀ: ଦେଶରେ କମୁଛି କୋରୋନା ସଂକ୍ରମଣ । ସଂକ୍ରମଣ କମୁଥିଲେ ମଧ୍ୟ କୋରୋନାର ଭୟ ଏବେବି ରହିଛି । ଦେଶରେ ସଂକ୍ରମଣ କେତେବେଳେ ବଢୁଛି ତ ଆଉ କେତେ ବେଳେ ତଳକୁ ଖସୁଛି । ହେଲେ ଗତ ତିନି ଦିନ ଦୈନିକ ସଂକ୍ରମଣ ମାମଲାରେ ହ୍ରାସ ଦେଖିବାକୁ ମିଳୁଛି । ୧୦ ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ ।

ଆଜି ବି ଦେଶରେ ପଜିଟିଭ ମାମଲା ୧୦ ହଜାରରୁ କମ୍ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 7,591 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 7,591 fresh Covid Cases) । ସଂକ୍ରମଣ କମିବା ସହ ସୁସ୍ଥସଂଖ୍ୟା ବୃଦ୍ଧି ପାଉଛି । ଦିନକରେ 45 ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା 5,27,779 କୁ ବୃଦ୍ଧି ପାଇଛି । ଦେଶରେ ମୋଟ ସୁସ୍ଥସଂଖ୍ୟା 4,38,02,993 କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ(Union Health Ministry) ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 84,931ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 4.58% ରହିଛି । ଦେଶରେ କୋରୋନା ସୁସ୍ଥହାର 98.62 ପ୍ରତିଶତରେ ପହଞ୍ଚିଛି ।

ଏହାବି ପଢନ୍ତୁ: Odisha Corona Cases, ଦିନକରେ 221 ସଂକ୍ରମିତ

ଦେଶବ୍ୟାପୀ କୋରୋନା ଟୀକାକରଣ ଅଭିଯାନରେ ଭାରତ ମାଇଲଖୁଣ୍ଟ ଅତିକ୍ରମ କରିଛି । ସାରା ଦେଶରେ ଆଜି ପର୍ଯ୍ୟନ୍ତ 211 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 24,70,330 ଜଣଙ୍କୁ ଟିକା ଦିଆଯାଇଛି । ସେହିପରି ପ୍ରତିଦିନ ଦେଶରେ 22 ଲକ୍ଷରୁ ଅଧିକ ବୁଷ୍ଟର ଡୋଜ ଦିଆଯାଉଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା(Manuskh mandaviya) ସୂଚନା ଦେଇଛନ୍ତି । କୋଭିଡ ଟୀକାକରଣ ଅଭିଯାନକୁ ଆହୁରି ସଫଳ କରିବା ଉଦ୍ଦେଶ୍ୟରେ ଜୁଲାଇ 15ରୁ 'କୋଭିଡ ଭ୍ୟାକ୍ସିନ ଅମୃତ ମହୋତ୍ସବ' କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯାହାକି ସେପ୍ଟେମ୍ବର 30 ଯାଏଁ ଚାଲିବ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ 18 ବର୍ଷ ଏବଂ 75 ବର୍ଷ ବୟସରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ମାଗଣା ବୁଷ୍ଟର ଡୋଜ୍ ଦିଆଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.