ETV Bharat / bharat

INDIA CORONA: 6531 ନୂଆ ପଜିଟିଭ, ଓମିକ୍ରନ ମାମଲା 578କୁ ବୃଦ୍ଧି

author img

By

Published : Dec 27, 2021, 10:51 AM IST

ଦେଶରେ ଓମିକ୍ରନ କାୟା ମେଲାଉଥିଲେ ମଧ୍ୟ ଦୈନିକ ପଜିଟିଭ ମାମଲା ୧୦ ହଜାର ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 6,531 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 7141 ଜଣ ସୁସ୍ଥ ହୋଇଥିବାବେଳେ ଗୋଟିଏ ଦିନରେ 315ଟି ମୁଣ୍ଡ ନେଇଛି ମହାମାରୀ । ଅଧିକ ପଢନ୍ତୁ

INDIA CORONA: 6,531 ନୂଆ ସଂକ୍ରମିତ, ଓମିକ୍ରନ ମାମଲା 578କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣରେ ହ୍ରାସ ବୃଦ୍ଧି ଲାଗି ରହିଛି । ଦେଶରେ ଓମିକ୍ରନ(omicron ) କାୟା ମେଲାଉଥିଲେ ମଧ୍ୟ ଦୈନିକ ପଜିଟିଭ ମାମଲା(daily india covid report ) ୧୦ ହଜାର ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର 6,531 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି 7,141 ଜଣ ସୁସ୍ଥ(recovery) ହୋଇଥିବାବେଳେ ଗୋଟିଏ ଦିନରେ 315ଟି ମୁଣ୍ଡ ନେଇଛି ମହାମାରୀ ।

ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ 75,841ଟି ସକ୍ରିୟ ମାମଲା ରହିଛି । ଏହି କ୍ରମରେ ମୃତ୍ୟୁସଂଖ୍ୟା 4,79, 997କୁ ବୃଦ୍ଧି ପାଇଥିବାବେଳେ ମୋଟ ସୁସ୍ଥହାର 98.40% ରେ ପହଞ୍ଚିଛି । ଦେଶରେ ଓମିକ୍ରନ ସଂକ୍ରମଣ ମାଡି ମାଡି ଚାଲିଥିବାବେଳେ ଏବେ ସୁଦ୍ଧା ଏହି ନୂଆ ଭାରିଆଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା 578ରେ ପହଞ୍ଚିଛି । ଓମିକ୍ରନ ଭୟାବହତା ଏବଂ ତୃତୀୟ ଲହର ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତରେ ଟୀକାକରଣ ମଧ୍ୟ ଦ୍ରୁତଗତିରେ ଜାରି ରହିଛି । ଏବେ ସୁଦ୍ଧା ଲୋକଙ୍କୁ ମୋଟ 141 କୋଟି 70 ଲକ୍ଷ 25 ହଜାର 654 ଡୋଜ ଦିଆସରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.