ETV Bharat / bharat

India Corona: ତଳମୁହାଁ ସଂକ୍ରମଣ, ଦିନକରେ ୫୮୭୪ ନୂଆ ସଂକ୍ରମିତ - ସଂକ୍ରମଣ ମାମଲା

ତଳମୁହାଁ କୋରୋନା ଗ୍ରାଫ । ଗତ କିଛି ଦିନ ହେବ ଲଗାତାର କୋରୋନା ଗ୍ରାଫ ତଳମୁହାଁ ରହୁଛି । ଦିନକରେ ୫୮୭୪ ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona
India Corona
author img

By

Published : Apr 30, 2023, 10:53 AM IST

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ସଂକ୍ରମଣ । ଲଗାତାର କିଛି ଦିନ ହେବ ଦୈନିକ ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ୧୨ ହଜାର ଉପରେ ଥିବା ସଂକ୍ରମଣ ମାମଲା ଏବେ ୬ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମାତ୍ର ୫ହଜାର ୮୭୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି(ଶୁକ୍ରବାର) ଏହି ସଂଖ୍ୟା ୭ ହଜାର ୧୭୧ ରହିଥିଲା । ଏହାକୁ ମିଶାଇ ଦେଶରେ ଆକ୍ଟିଭ କେସ୍ ୪୯ ହଜାର ୦୧୫ରେ ପହଞ୍ଚିଛି ।

ଅନ୍ୟପଟେ ମୃତ୍ୟୁ ସଂଖ୍ୟା ମଧ୍ୟ ଆଜି କମିଛି । ଦିନକରେ ୧୬ ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଗତକାଲି ଏହି ସଂଖ୍ୟା ୨୫ ରହିଥିଲା । ଯାହାଫଳରେ ଭାରତରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୧,୫୩୩କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଦୈନିକ ପଜିଟିଭ ହାର ୩.୩୧ ରହିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ, ବର୍ତ୍ତମାନ ଦେଶରେ ୪୯ ହଜାର ୦୧୫ ଆକ୍ଟିଭ କେସ୍ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ଆଜି ମୃତ୍ୟୁବରଣ କରିଥିବା ୧୬ଜଣଙ୍କ ମଧ୍ୟରୁ ୯ ଜଣ କେରଳର ବୋଲି ଜଣାପଡିଛି । ଦିନକରେ ଆଉ ୮ହଜାର ୧୪୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ଏବେ ଦେଶରେ ସୁସ୍ଥ ସଂଖ୍ୟା ୪,୪୩,୬୪,୮୪୧କୁ ବୃଦ୍ଧି ପାଇଛି ।

ଦୈନିକ ପଜିଟିଭ ଏବଂ ସାପ୍ତାହିକ ପଜିଟିଭ ରେଟ୍ ଖସିଛି । ସେହିପରି ଭାରତରେ କୋରୋନା ସୁସ୍ଥତା ହାର ୯୮.୭୧ ପ୍ରତିଶତ ଅଛି । ଅନ୍ୟପଟେ ୧ ଲକ୍ଷ ୭୭ହଜାର ୨୮୧ଜଣଙ୍କ କୋରୋନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୫ହଜାର ୮୭୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । କୋରୋନା ଟୀକାକରଣ ଆରମ୍ଭରୁ ଅଦ୍ୟାବିଧି ୨୨୦.୬୬ ଡୋଜ ଦିଆଯାଇଛି । ତାହାମଧ୍ୟରୁ ୯୫.୨୧ କୋଟି ଦ୍ବିତୀୟ ଡୋଜ ରହିଥିବାବେଳେ ୨୨.୮୭ କୋଟି ଲୋକେ ବୁଷ୍ଟର ଡୋଜ ନେଇଛନ୍ତି । ଗତ ୨୪ ଘଣ୍ଟାରେ ୩ ହଜାର ୧୬୭ ଜଣ କୋରୋନା ଟିକା ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Godown Collapses in Bhiwandi: ଭିୱଣ୍ଡିରେ ଭୁଶୁଡିଲା ଗୋଦାମ, ୪ ମୃତ ଫସି ରହିଛନ୍ତି ଅନେକ

ତେବେ ଦେଖିବାକୁ ଗଲେ କୋରୋନା ଗ୍ରାଫ ତଳମୁହାଁ ରହୁଛି । ଯାହାକି ଏକ ଆଶ୍ବସ୍ତିକର ଖବର । ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଆଜି ୧୬ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଦେଶରେ ଦିନରେ ମୃତ୍ୟୁବରଣ କରୁଥିବା ସଂକ୍ରମିତ ହାର ଦେଖିବାକୁ ଗଲେ ୫୦ ପ୍ରତିଶତ କେରଳର ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.