ETV Bharat / bharat

INDIA CORONA: ଦିନକରେ 39,070 ପଜିଟିଭ୍ ଚିହ୍ନଟ, 491 ମୃତ

ଲଗାତାର ଦୁଇ ଦିନ ଧରି 40 ହଜାର ତଳକୁ ରହୁଛି କୋରୋନାର ଦୈନିକ ସଂକ୍ରମଣ । ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ 39 ହଜାର 70 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Aug 8, 2021, 10:40 AM IST

INDIA CORONA: ୨୪ ଘଣ୍ଟାରେ 39,070 ପଜିଟିଭ୍ ଚିହ୍ନଟ, 491 ମୃତ

ନୂଆଦିଲ୍ଲୀ: ଦେଶରେ ତଳ ମୁହାଁ କୋରୋନା ଗ୍ରାଫ୍ । ଲଗାତାର ଦୁଇ ଦିନ ଧରି 40 ହଜାର ତଳକୁ ରହୁଛି କୋରୋନା ସଂକ୍ରମଣ । ତେବେ ୨୪ ଘଣ୍ଟା ମଧ୍ୟରେ ଦେଶରେ 39 ହଜାର 70 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 କୋଟି 19 ଲକ୍ଷ 34 ହଜାର 455ରେ ପହଞ୍ଚିଛି ।

ସେହିପରି ଗୋଟିଏ ଦିନରେ 491 ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨୭ ହଜାର 862ରେ ପହଞ୍ଚିଛି । ଏପଟେ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ 43 ହଜାର 910 କୋରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୩ କୋଟି ୧୦ ଲକ୍ଷ 99 ହଜାର 771ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ତେବେ କାଲି ଗୋଟିଏ ଦିନରେ 55 ଲକ୍ଷ 91 ହଜାର 657 ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ଏବେ ସୁଦ୍ଧା ମୋଟ ଟୀକାକରଣ 50 କୋଟି 68 ଲକ୍ଷ 10 ହଜାର 492ରେ ପହଞ୍ଚିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.