ETV Bharat / bharat

ଦେଶରେ ଦିନକରେ 3 ଲକ୍ଷ 48 ହଜାର 421 ଚିହ୍ନଟ, ବଢୁଛି ସୁସ୍ଥସଂଖ୍ୟା

ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଗତ 24 ଘଣ୍ଟାରେ ଦେଶରେ 3 ଲକ୍ଷ 48 ହଜାର 421 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : May 12, 2021, 10:42 AM IST

ଦିନକରେ 3 ଲକ୍ଷ 48 ହଜାର 421 ଚିହ୍ନଟ
ଦିନକରେ 3 ଲକ୍ଷ 48 ହଜାର 421 ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା ସଂକ୍ରମଣ । ଗତ 24ଘଣ୍ଟାରେ ପୁଣି ଦେଶରେ 3 ଲକ୍ଷ 48 ହଜାର 421 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନକରେ 4 ହଜାର 205 ଜଣ କୋରୋନାରେ ଆଖି ବୁଜିଛନ୍ତି । ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ବଢିଛି ।

ଆଜିର ମୋଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ 2କୋଟି 33 ଲକ୍ଷ 40ହଜାର 642ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ଦେଶରେ 3ଲକ୍ଷ 55 ହଜାର, 338ଜଣ ମହାମାରୀକୁ ହରାଇ ସୁସ୍ଥ ହୋଇଛନ୍ତି । ଲଗାତାର ଦୁଇ ଦିନ ହେବ ଆକ୍ରାନ୍ତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ବଢିଛି । ଯାହା ଦେଶ ପାଇଁ ଭଲ ଖବର । ହେଲେ ଏବେ ବି ବିପଦ ଟଳି ନାହିଁ । ନିୟମ ଓ ସର୍ତକତା ଅବଲମ୍ବନ କରିବାକୁ ପଡିବ ।

ବର୍ତ୍ତମାନ ଦେଶରେ ସମୁଦାୟ 2ଲକ୍ଷ 54ହଜାର 197 ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ଏବେ ବି ଦେଶରେ 37,04,099ଟି ସକ୍ରିୟ ମାମଲା ରହିଛି । ବର୍ତ୍ତମାନ ଦେଶରେ ମୋଟ 1,93,82,642ଜଣ କୋରୋନାରୁ ଆରୋଗ୍ୟ ହୋଇଛନ୍ତି । ଦେଶରେ ଏବେ ସୁଦ୍ଧା 17,52,35,991ଜଣଙ୍କୁ ଟୀକାକରଣ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.