ETV Bharat / bharat

INDIA CORONA: 33,750 ନୂଆ ଆକ୍ରାନ୍ତ, ଓମିକ୍ରନ ମାମଲା 1700କୁ ବୃଦ୍ଧି - ଭାରତ କୋରୋନା ଡାଟା

ଦେଶରେ ପୁଣି ଉପରକୁ ଉଠିଲା କୋରୋନା ଗ୍ରାଫ୍(Corona graph । ଦିନକୁ ଦିନ ଏବେ ଦ୍ରୁତଗତିରେ ବଢିଚାଲିଛି ଦୈନିକ ସଂକ୍ରମଣ(Daily covid infection) । ଗତ 24 ଘଣ୍ଟା ଭିତରେ ଦେଶରୁ 33 ହଜାର 750 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 33,750 new cases) । ଅଧିକ ପଢନ୍ତୁ

INDIA CORONA: 33,750 ନୂଆ ଆକ୍ରାନ୍ତ, ଓମିକ୍ରନ ମାମଲା 1700କୁ ବୃଦ୍ଧି

author img

By

Published : Jan 3, 2022, 11:13 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ଆତଙ୍କ ମଚାଇଲା ମହାମାରୀ । ପୁଣି ଉପରକୁ ଉଠିଲା କୋରୋନା ଗ୍ରାଫ୍(Corona graph । ଦିନକୁ ଦିନ ଏବେ ଦ୍ରୁତଗତିରେ ବଢିଚାଲିଛି ଦୈନିକ ସଂକ୍ରମଣ(Daily covid infection) । ଗତ 24 ଘଣ୍ଟା ଭିତରେ ଦେଶରୁ 33 ହଜାର 750 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 33,750 new cases) । ସେହିପରି 10 ହଜାର 846 ଜଣ ଆକ୍ରାନ୍ତ ସୁସ୍ଥ(recovery) ହୋଇଥିବା ବେଳେ ଦିନକରେ 123 ଟି ମୁଣ୍ଡ ନେଇଛି କିଲର ଭାଇରସ । ବର୍ତ୍ତମାନ ଦେଶରେ 1 ଲକ୍ଷ 45 ହଜାର 582ଟି ସକ୍ରିୟ ମାମଲା(active cases) ରହିଛି ।

ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ 1 ଲକ୍ଷ 45 ହଜାର 582ଟି ସକ୍ରିୟ ମାମଲା ରହିଛି । ଏହି କ୍ରମରେ ମୃତ୍ୟୁସଂଖ୍ୟା 4 ଲକ୍ଷ 81 ହଜାର 893କୁ ବୃଦ୍ଧି ପାଇଥିବାବେଳେ ମୋଟ ସୁସ୍ଥସଂଖ୍ୟା 3 କୋଟି 42 ଲକ୍ଷ 95 ହଜାର 407 ରେ ପହଞ୍ଚିଛି । ଏହାସହ ଓମିକ୍ରନ ଭୟାବହତା ଏବଂ ତୃତୀୟ ଲହର ସମ୍ଭାବନାକୁ ଦୃଷ୍ଟିରେ ରଖି ଭାରତରେ ଟୀକାକରଣ ମଧ୍ୟ ଦ୍ରୁତଗତିରେ ଜାରି ରହିଛି । ଏବେ ସୁଦ୍ଧା ଲୋକଙ୍କୁ ମୋଟ 145 କୋଟି 68 ଲକ୍ଷ 89 ହଜାର 306 ଡୋଜ ଟିକା ଦିଆସରିଛି ।

ଏପଟେ ଭାରତରେ ଏବେ ଓମିକ୍ରନ ଭାରିଆଣ୍ଟ କାୟା ମେଲାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଓମିକ୍ରନ ମାମଲା 1700ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ 639 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ 510 ମାମଲା ଚିହ୍ନଟ ହୋଇଛି । ସେହିପରି ମହାରାଷ୍ଟ୍ର ପରେ ଦିଲ୍ଲୀରେ ଦ୍ବିତୀୟ ସର୍ବାଧିକ 351 ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାରି ମଧ୍ୟରେ ଆଜିଠୁ 15 ରୁ 18 ବର୍ଷ ବୟସର କିଶୋର ଓ କିଶୋରୀମାନଙ୍କୁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘୋଷଣା କରିଛି ଯେ, ଭରତ ବାୟୋଟେକର କୋଭାକ୍ସିନ ହିଁ ଯୋଗ୍ୟ ପିଲାମାନଙ୍କୁ ଦିଆଯିବ ଏବଂ ପ୍ରଥମ ଡୋଜର 28 ଦିନ ପରେ ଦ୍ବିତୀୟ ଡୋଜ ଦିଆଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.