ETV Bharat / bharat

ଆଜି ଦେଶରେ ଦୈନିକ ସଂକ୍ରମଣ ଅଢେଇ ଲକ୍ଷ ପାର, 17 ଶହରୁ ଉର୍ଦ୍ଧ୍ବ ମୃତ - କୋରୋନା ସଂକ୍ରମଣ

ଦେଶରେ କୋରୋନା ସ୍ଥିତି ଅଣାୟତ୍ତ ହୋଇପଡିଛି । ଆଜି ଗୋଟିଏ ଦିନରେ ଅଢେଇ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଅଧିକ ପଢନ୍ତୁ...

ଆଜି ଦେଶରେ ଦୈନିକ ସଂକ୍ରମଣ ଅଢେଇ ଲକ୍ଷ ପାର
ଆଜି ଦେଶରେ ଦୈନିକ ସଂକ୍ରମଣ ଅଢେଇ ଲକ୍ଷ ପାର
author img

By

Published : Apr 20, 2021, 10:45 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ଅତି ଦ୍ରୁତ ଗତି ବ୍ୟାପିବାରେ ଲାଗିଛି। ଦୈନିକ ସଂକ୍ରମଣ ଅଢେଇ ଲକ୍ଷ ମୁହାଁ ହୋଇଛି । ଆଜି 2 ଲକ୍ଷ 59 ହଜାର 170 ନୂଆ ମାମଲା ସାମ୍ନାକୁ ଆସିଛି । ଗତ 24 ଘଣ୍ଟାରେ 1761 ଜଣଙ୍କ ଜୀବନ ନେଇଛି କୋରୋନା ।

ଆଜିର ନୂଆ ସଂକ୍ରମିତ ଚିହ୍ନଟ ପରେ, ମୋଟ ସଂକ୍ରମଣ ମାମଲା 1 କୋଟି 53 ଲକ୍ଷ 2 1ହଜାର 89 ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା 1 ଲକ୍ଷ 80 , 530 କୁ ବୃଦ୍ଧି ପାଇଛି । ସଂକ୍ରମଣ ବୃଦ୍ଧି ପାଉଥିବା ସକ୍ରିୟ ମାମଲା 20 ଲକ୍ଷ 31 ହଜାର 977 କୁ ଛୁଇଁଛି ।

ସେପଟେ, ଦେଶରେ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ରାଜଧାନୀ ଦିଲ୍ଲୀ ସମେତ ରାଜସ୍ଥାନରେ ଲକଡାଉନ ଘୋଷଣା କରାଯାଇଛି । ଦିଲ୍ଲୀରେ 7 ଦିନିଆ ଲକଡାଉନ ଲାଗୁ ହୋଇଥିବାବେଳେ ରାଜସ୍ଥାନ 15 ଦିନ ବନ୍ଦ ରହିବ ।

ଅନ୍ୟପଟେ, ସଂକ୍ରମଣ ବିରୁଦ୍ଧ ଦେଶବ୍ୟାପୀ ଟୀକାକରଣ କୁ ଜୋରଦାର କରାଯାଉଛି । ମେ’ 1 ତାରିଖରୁ ସମସ୍ତ ପ୍ରାପ୍ତ ବୟସ୍କ(18 ବର୍ଷରୁ ଅଧିକ) ଙ୍କୁ କୋଭିଡ ଟିକା ଦିଆଯିବ । ତେବେ ଦେଶରେ ଆଜି ସୁଦ୍ଧା 12,71,29, 113 ଜଣ ଙ୍କୁ ଦିଆ ସରିଛି ଟିକା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.