ETV Bharat / bharat

ଦିନକରେ ଦେଶରେ 20 ହଜାର କୋରୋନା ସଂକ୍ରମିତ, 256 ମୃତ - କୋଭିଡ ଅପଡେଟ

ଦେଶରେ ଆଜି ପୁଣି 20 ହଜାରରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 256 କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଦିନକରେ ଦେଶରେ 20 ହାଜର ସଂକ୍ରମିତ
ଦିନକରେ ଦେଶରେ 20 ହାଜର ସଂକ୍ରମିତ
author img

By

Published : Jan 1, 2021, 11:15 AM IST

ନୂଆଦିଲ୍ଲୀ: ଦେଶରେ ଆଜି ପୁଣି 20 ହଜାରରୁ ଅଧିକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 256 ଜଣଙ୍କ କୋରୋନାରେ ପ୍ରାଣ ହାରିଛନ୍ତି । ଦିନକରେ 23 ହଜାର 181 ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଆଜିର କୋରୋନା ରିପୋର୍ଟ ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 1,02,86,710 ରେ ପହଞ୍ଚିଛି । ସେଥିମଧ୍ୟରୁ 2,54,254 ଟି ସକ୍ରିୟ ମାମଲା ରହିଛି ।ସେହିପରି ସୁସ୍ଥ ସଂଖ୍ୟା 98,83,416 ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା 1,48,994ରେ ପହଞ୍ଚିଛି ।

ସୂଚନାଯୋଗ୍ୟ, ଦେଶରେ କୋରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି । ସଂକ୍ରମିତ ମାମଲା ସହ ମୃତ୍ୟୁ ସଂଖ୍ୟାରେ ମଧ୍ୟ କମୁଛି । ହେଲେ ସେପଟେ କୋରୋନାର ନୂଆ ରୂପକୁ ନେଇ ସାରା ବିଶ୍ବରେ ପୁଣି ଏକ ଆତଙ୍କ ଦେଖାଇଛି । ପ୍ରଥମେ ବ୍ରିଟେନରେ କୋରୋନା ନୂଆ ଭାଇରସ ଚିହ୍ନଟ ପରେ ଭାରତରେ ଆଲର୍ଟ ଜାରି ହୋଇଛି । ଏବେ ସୁ୍ଦ୍ଧା ଏହି ନୂଆ ଭାଇରସ ଦ୍ବାରା 20ରୁ 25 ଜଣ ଆକ୍ରାନ୍ତ ହୋଇସାରିଲେଣି । ଆମେରିକା, ଚୀନରେ ଏହି ଭୂତାଣୁ ଦେଖିବାକୁ ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.