ETV Bharat / bharat

India Corona: ଦିନକରେ 1938 ନୂଆ ସଂକ୍ରମିତ, 67 ମୃତ - ଭାରତ କୋରୋନା ରିପୋର୍ଟ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 1,938 ନୂଆ ସଂକ୍ରମିତ ଚିହ୍ନଟ । ଦିନକରେ ପୁଣି 67 ଜଣଙ୍କ ମୁଣ୍ଡ ନେଲା ମହାମାରୀ । ଅଧିକ ପଢନ୍ତୁ

India Corona: 1938 ନୂଆ ସଂକ୍ରମିତ, 67 ମୃତ
India Corona: 1938 ନୂଆ ସଂକ୍ରମିତ, 67 ମୃତ
author img

By

Published : Mar 24, 2022, 10:39 AM IST

ନୂଆଦିଲ୍ଲୀ: ଦେଶରେ ତଳ ଉପର ହେଉଛି ସଂକ୍ରମଣ । ଦୁଇ ଦିନ ହେଲା ପଜିଟିଭ ମାମଲା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 1,938 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 1,938 fresh covid cases) । ଦିନକରେ ପୁଣି 67 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 2,531 ଜଣ ସୁସ୍ଥ ହୋଇଛନ୍ତି । କେନ୍ଦ୍ର ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଏବେ 22,427ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର 0.29%ରେ ପହଞ୍ଚିଛି । ଏଯାବତ୍ ଭାରତରେ ମୋଟ 4,24,75,588 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,16,672 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ସମୁଦାୟ 182.23 କୋଟି ଡୋଜ୍ ଟୀକାକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.