ETV Bharat / bharat

India Corona: ଦିନକରେ 1685 ସଂକ୍ରମିତ, ବଢିଲା ମୃତ୍ୟୁ

author img

By

Published : Mar 25, 2022, 9:47 AM IST

ଦେଶରେ କମିଲା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ 1,685 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦିନକରେ 1685 ସଂକ୍ରମିତ, ବଢିଲା ମୃତ୍ୟୁ
India Corona: ଦିନକରେ 1685 ସଂକ୍ରମିତ, ବଢିଲା ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କାବୁରେ ରହିଛି ମହାମାରୀ । ଦୁଇ ଦିନର ବୃଦ୍ଧି ପରେ ଆଜି ପୁଣି କମିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 1,685 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 1,685 fresh covid cases) । ପଜିଟିଭଙ୍କ ସଂଖ୍ୟା କମିଥିଲେ ମଧ୍ୟ ଆଜି ମୃତ୍ୟୁସଂଖ୍ୟା ଅଧିକ ରହିଛି । ଦିନକରେ ପୁଣି 83 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ 2,499 ଜଣ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 25 ହଜାର ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ଏବେ 21,530ଟି ସକ୍ରିୟ ମାମଲା ରହିଛି । ଦୈନିକ ପଜିଟିଭ ହାର 0.24%କୁ ହ୍ରାସ ପାଇଛି । ଏଯାବତ୍ ଭାରତରେ ମୋଟ 4,24,78,087 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ 5,16,755 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେହିପରି ଏବେସୁଦ୍ଧା ସମୁଦାୟ 1,82,55,75,126 କୋଟି ଡୋଜ୍ ଟୀକାକରଣ କରାଯାଇଛି । ସେଥିମଧ୍ୟରୁ ଦେଶବ୍ୟାପୀ ୮୮ ଲକ୍ଷ ୧୨ ରୁ ୧୪ ବର୍ଷ ବୟସ୍କ ପିଲାଙ୍କୁ ଟିକା ଦିଆଯାଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.