ETV Bharat / bharat

India Corona: ୧୫୭୬୮ ନୂଆ ସଂକ୍ରମିତ, ଗଡିଲା ୨୩୧ ମୁଣ୍ଡ

author img

By

Published : Oct 22, 2021, 10:16 AM IST

ଦେଶରେ ନିୟନ୍ତ୍ରଣାଧୀନ ରହିଛି ମହାମାରୀ । ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫,୭୬୮ ନୂଆ ସଂକ୍ରମିତ । ଅଧିକ ପଢନ୍ତୁ...

India Corona: ୧୫,୭୬୮ ନୂଆ ସଂକ୍ରମିତ, ଗଡିଲା ୨୩୧ ମୁଣ୍ଡ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କୋରୋନା ଗ୍ରାଫ୍ । ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୫,୭୬୮ ନୂଆ ସଂକ୍ରମିତ । ସେହିପରି ଗୋଟିଏ ଦିନ ୨୩୧ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧,୭୫,୭୪୫ଟି ସକ୍ରିୟ ମାମଲା ରହିଛି । ଏନେଇ ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

ସେହିପରି ଗତ ୨୪ ଘଣ୍ଟାର ଦେଶରୁ ୧୮,୬୪୧ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଯାହାପରେ ଭାରତର ମୋଟ ସୁସ୍ଥସଂଖ୍ୟା ୩,୩୫,୧୪,୪୪୯କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶର ସୁସ୍ଥ ହାର ୯୮.୧୬ ପ୍ରତିଶତ ରହିଛି । ଗୋଟିଏ ଦିନରେ ଆଖି ବୁଜିଥିବା ୨୩୧ ଆକ୍ରାନ୍ତଙ୍କ ମଧ୍ୟରୁ କେରଳରୁ କେବଳ ୧୧୮ ଜଣ ରହିଥିବା ଜଣାପଡିଛି ।

ଗତକାଲି ଭାରତ ଟୀକାକରଣ କ୍ଷେତ୍ରରେ ବିରଳ ରେକର୍ଡ ରଚିଛି । ୧୦୦ କୋଟି ଡୋଜ୍ ଟୀକାକରଣ ପାର୍ କରିଛି ଦେଶ । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୦୦.୫୯ କୋଟି ଭ୍ୟାକ୍ସିନ ଡୋଜ ଦିଆଯାଇଥିବା ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.