ETV Bharat / bharat

INDIA CORONA: ଦିନକରେ 15981 ପଜିଟିଭ, 166 ମୃତ

author img

By

Published : Oct 16, 2021, 10:12 AM IST

ଦେଶରେ ଖସୁଛି ସଂକ୍ରମଣ । ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 15 ହଜାର 981 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 166 ଜଣଙ୍କ ମୁଣ୍ତ ନେଇଛି କିଲର ଭାଇରସ । ଅଧିକ ପଢନ୍ତୁ...

INDIA CORONA: ଦିନକରେ 15,981 ନୂଆ ସଂକ୍ରମିତ, 166 ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି ସଂକ୍ରମଣ । ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଏବେ ୨୦ ହଜାର ତଳେ ରହୁଛି ଦେଶର ଦୈନିକ ସଂକ୍ରମଣ । ତେବେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ 15 ହଜାର 981 ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 166 ଜଣଙ୍କ ମୁଣ୍ତ ନେଇଛି କିଲର ଭାଇରସ । ଏଅହାସହ 17 ହଜାର 861 ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି ।

ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା 3 କୋଟି 40 ଲକ୍ଷ 37 ହଜାର 592କୁ ବୃଦ୍ଧି ପାଇଛି । ସେହିପରି ବର୍ତ୍ତମାନ ଦେଶରେ ସମୁଦାୟ 2 ଲକ୍ଷ 1 ହଜାର 632ଟି ସକ୍ରିୟ ମାମଲା ରହିଛି । ଏହି କ୍ରମରେ ସୁସ୍ଥସଂଖ୍ୟା ମଧ୍ୟ 3 କୋଟି 33 ଲକ୍ଷ 99 ହଜାର 961ରେ ପହଞ୍ଚିଛି । ଏବେ ଦେଶର ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା 4 ଲକ୍ଷ 51 ହଜାର 980ରେ ପହଞ୍ଚିଛି ।

ଟୀକାକରଣ କ୍ଷେତ୍ରରେ ମାଇଲଖୁଣ୍ଟ ଛୁଇଁବାକୁ ଯାଉଛି ଭାରତ । ଆସନ୍ତା କିଛି ଦିନ ମଧ୍ୟରେ ଦେଶ ୧ ବିଲିୟନ ଟୀକାକରଣର ରେକର୍ଡ କରିବ । ଗତକାଲି ଗୋଟିଏ ଦିନରେ 8,36,118 ଡୋଜ୍ ଟିକା ଦିଆଯାଇଥିବାବେଳେ ଏଯାବତ୍ ମୋଟ ଟୀକାକରଣ 97,23,77,045 ରେ ରହିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.