ETV Bharat / bharat

ଦେଶରେ ଦିନକରେ ଲକ୍ଷେ ଟପିଲା ଦୈନିକ ସଂକ୍ରମଣ

ଗତ କିଛି ମାସର ବ୍ୟବଧାନ ପରେ ଦେଶରେ ପୁଣି କୋରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Apr 5, 2021, 10:08 AM IST

ଦେଶରେ ପୁଣି କୋରୋନାର ଭୟଙ୍କର ରୂପ, ଲକ୍ଷେ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ପୁଣି କୋରୋନାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ପ୍ରାୟ 6 ମାସର ବ୍ୟବଧାନ ପରେ ପୁଣି ଦେଶର ଲକ୍ଷେ ଛୁଇଁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ଦେଶରେ 1 ଲକ୍ଷ 3 ହଜାର 558 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଦେଶରେ କୋରୋନାର ଦ୍ବିତୀୟ ଲହରୀ ଦେଖିବାକୁ ମିଳିଛି । ଏହି ନୂଆ ଷ୍ଟ୍ରେନ ଖୁବ କ୍ଷୀପ୍ର ଗତିରେ ଲୋକଙ୍କୁ ସଂକ୍ରମିତ କରୁଥିବା ଦେଖିବାକୁ ମିଳିଛି । ଧୀରେ ଧୀରେ ଦେଶ କୋରୋନାର ପୂର୍ବ ଭୟଙ୍କର ସ୍ଥିତି ଆଡକୁ ଗତି କରିବାରେ ଲାଗିଛି । ତେବେ ଗତ 24 ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1 କୋଟି 25 ଲକ୍ଷ 89 ହଜାର 67ରେ ପହଞ୍ଚିଛି । ସେପଟେ ଗତ 24 ଘଣ୍ଟାରେ 52 ହଜାର 847 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 478 ଜଣଙ୍କର ମୃତ୍ୟୁ ଘଟିଛି ।

ସେପଟେ ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା 1 କୋଟି 16 ଲକ୍ଷ 82 ହଜାର 136ରେ ପହଞ୍ଚିଥିବା ବେଳେ ସକ୍ରିୟ ରହିଛନ୍ତି 7 ଲକ୍ଷ 41 ହଜାର 830 ଜଣ । ଏହାସହିତ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ 65 ହଜାର 101ରେ ପହଞ୍ଚିଛି । ଇତିମଧ୍ୟରେ ଦେଶରେ ପ୍ରାୟ 7 କୋଟି 91 ହଜାର 5 ହଜାର 163 ଜଣଙ୍କୁ କୋଭିଡ ଟିକା ଦିଆସରିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.