ETV Bharat / bharat

ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ନେଲାଣି ୯୭୦ ଜୀବନ - ପ୍ରାକୃତିକ ବିପର୍ଯ୍ୟୟ

ଚଳିତ ମୌସୁମୀରେ ଦେଶବ୍ୟାପୀ ୯୭୦ ଜଣଙ୍କ ମୃତ୍ୟୁ ଘଟିଛି । ଲଗାଣ ବର୍ଷା ଯୋଗୁଁ ଏବେ ଅନେକ ରାଜ୍ୟ ବନ୍ୟା ପ୍ରଭାବିତ ରହିଛି । ଅଧିକ ପଢନ୍ତୁ

ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ନେଲାଣି ୯୭୦ ଜୀବନ

author img

By

Published : Jul 16, 2022, 9:40 AM IST

ନୂଆଦିଲ୍ଲୀ: କରାଳ ରୂପ ଦେଖାଉଛି ମୌସୁମୀ । ଦେଶବ୍ୟାପୀ ବର୍ଷା ବିତ୍ପାତ ଜାରି ରହିଛି । ଯୁଆଡେ ଚାହିଁଲେ ଖାଲି ପାଣି ହିଁ ପାଣି । ଘରଦ୍ବାର, ଚାଷ ଜମି ସବୁକିଛି ଜଳମଗ୍ନ । ଲଗାଣ ବର୍ଷା ପରେ ଏବେ ଅଧିକାଂଶ ରାଜ୍ୟରେ ଭୀଷଣ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା, ଭୂସ୍ଖଳନ ଏବଂ ଅନ୍ୟାନ ଅଘଟଣରେ ଶତାଧିକ ଲୋକଙ୍କ ଜୀବନ ହରାଇଛନ୍ତି । ହଜାର ହଜାର ଲୋକ ଜଳବନ୍ଦୀ ରହିଛନ୍ତି । ଅନେକ ଘରେ ଏବେ ଚୁଲି ଜଳୁନି । ଘର ଭିତରେ ପାଣି ଚାଲୁଥିବାରୁ ଲୋକେ ଭୋକଉପାସରେ ଦିନ କାଟୁଛନ୍ତି । ତେବେ ଚଳିତ ମୌସୁମୀରେ ଦେଶର ବିଭିନ୍ନ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏବେସୁଦ୍ଧା ମୋଟ ୯୭୦ ଲୋକ ପ୍ରାଣ ହରାଇଛନ୍ତି । ଏହି ସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର SDRFରୁ ୯ଟି ରାଜ୍ୟ ପାଇଁ ପ୍ରଥମ କିସ୍ତି ରୂପେ ୨୪୪୬.୮୦ କୋଟି ଟଙ୍କା ଜାରି କରିଛନ୍ତି ।

ଦେଶରେ ପ୍ରାକୃତିକ ବିପର୍ଯ୍ୟୟ
ଦେଶରେ ପ୍ରାକୃତିକ ବିପର୍ଯ୍ୟୟ

ସରକାରୀ ତଥ୍ୟ ଅନୁଯାୟୀ, ଚଳିତ ମୌସୁମୀରେ ଆସାମ ରାଜ୍ୟରେ ସର୍ବାଧିକ ପ୍ରାକୃତିକ ବିପର୍ଯ୍ୟୟ ଜନିତ ମୃତ୍ୟୁ ଘଟିଛି । ଏଠାରେ ମୌସୁମୀ ଆରମ୍ଭରୁ ୧୯୩ ଜଣଙ୍କ ମୃତ୍ୟୁ ହୋଇଛି । ଏହାପଛକୁ ହିମାଚଳ ପ୍ରଦେଶରେ ୧୮୭, ମହାରାଷ୍ଟ୍ରରେ ୯୯ ଜଣ ପ୍ରାଣ ହରାଇଛି । ଆସାମରେ ୧୭୪ ଜଣ ପାଣିରେ ବୁଡିବା ଯୋଗୁଁ ପ୍ରାଣ ହରାଇଛନ୍ତି ଏବଂ ୧୯ ଜଣଙ୍କ ଭୂସ୍ଖଳନରେ ମୃତ୍ୟୁ ଘଟିଛି । ସେହିପରି ହିମାଚଳରେ ବଜ୍ରପାତରେ ୨ ଜଣ, ଭୂସ୍ଖଳନରେ ୬, ପାଣିରେ ବୁଡି ୩୭ ଜଣ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ୧୪୭ ଜଣଙ୍କ ଜୀବନ ଯାଇଛି ।

ଗୁଜୁରାଟରେ ୮୮ ଜଣ ପ୍ରାଣ ହରାଇଛନ୍ତି । ମଣିପୁରରେ ୫୩, ବିହାରରେ ୫୦, ମେଘାଳୟରେ ୩୬ ଜଣ ଆଖି ବୁଜିଛନ୍ତି । ବିଭିନ୍ନ ରାଜ୍ୟରେ ମୋଟ ୮୨ ଜଣ ନିଖୋଜ ଥିବା ସୂଚନା ମିଳିଛି । ଆସାମରେ ୩୪ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ବେଳେ ମଧ୍ୟପ୍ରଦେଶ ୩୨, ଗୁଜୁରାଟର ୨୬ ଏବଂ ଅରୁଣାଚଳ ପ୍ରଦେଶର ଅତିକମରେ ୨୫ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ଆସାମରେ ୩୭ ଜଣ ନିଖୋଜ ଅଛନ୍ତି । ଏହାପରେ ମଣିପୁରରେ ୧୨, ମେଘାଳୟରେ ୧୧ ଏବଂ ମହାରାଷ୍ଟ୍ରରେ ୬ଟି ନିଖୋଜ ମାମଲା ପ୍ରକାଶ ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.