ETV Bharat / bharat

କୋରୋନାର ନୂଆ ରେକର୍ଡ: ଦିନକରେ 3 ଲକ୍ଷ ମୁହାଁ ପଜିଟିଭ, 2 ହଜାରରୁ ଊର୍ଦ୍ଧ୍ବ ମୃତ

author img

By

Published : Apr 21, 2021, 10:39 AM IST

ଦେଶରେ ଅଣାୟତ୍ତ କୋରୋନା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,95,041 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି 2,023 ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

କୋରୋନାର ନୂଆ ରେକର୍ଡ: ଦିନକରେ 3 ଲକ୍ଷ ମୁହାଁ ପଜିଟିଭ, 2 ହଜାରରୁ ଊର୍ଦ୍ଧ୍ବ ମୃତ
କୋରୋନାର ନୂଆ ରେକର୍ଡ: ଦିନକରେ 3 ଲକ୍ଷ ମୁହାଁ ପଜିଟିଭ, 2 ହଜାରରୁ ଊର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ ହେଲାଣି କୋରୋନା ସ୍ଥିତି । ପ୍ରତିଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ମହାମାରୀ କୋରୋନା ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 2,95,041 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ କ୍ରମାଗତ ଭାବେ ଦେଶରେ ଅଢେଇ ଲକ୍ଷରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

  • " class="align-text-top noRightClick twitterSection" data="">

ସେହିପରି ଗତ 24 ଘଣ୍ଟାରେ 2,023 ଆକ୍ରାନ୍ତଙ୍କ ଜୀବନ ନେଇଛି ଭାଇରସ । ପ୍ରଥମ ଥର ଦ୍ବିତୀୟ ଲହରରେ ଏତେ ସଂଖ୍ୟକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏତେ ସଂଖ୍ୟକ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଲୋକଙ୍କ ମନରେ ଛନକା ପଶିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଗତ 24 ଘଣ୍ଟାରେ 2,95,041 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,67,457 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 1,56,16,130 ମାମଲା ଥିବାବେଳେ ସୁସ୍ଥ ହୋଇଛନ୍ତି 1,32,76,039 ଆକ୍ରାନ୍ତ । ସେହିପରି ମୃତ୍ୟୁ ସଂଖ୍ୟା 1,82,553 ରହିଥିବା ବେଳେ ସକ୍ରିୟ ମାମଲା ରହିଛି 21,57,538 ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.