ETV Bharat / bharat

India Corona: କାୟା ମେଲାଉଛି କୋରୋନା, ଦିନକରେ 7,830 ନୂଆ ସଂକ୍ରମିତ - କାୟା ମେଲାଉଛି କୋରୋନା

ଦେଶରେ ପୁଣି କାୟା ମେଲାଉଛି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୮ ହଜାର ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି
ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି
author img

By

Published : Apr 12, 2023, 11:04 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ କୋରୋନା ଗ୍ରାଫ୍ । ଦିନକୁ ଦିନ ବୃଦ୍ଧି ପାଉଛି ସଂକ୍ରମଣ । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭,୮୩୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ଚଳିତ ବର୍ଷର ସର୍ବାଧିକ ସଂକ୍ରମଣ । ଏହାକୁ ମିଶାଇ ଦେଶରେ ଆକ୍ଟିଭ ସଂଖ୍ୟା ୪୦ ହଜାର ୨୧୫କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ୬ ହଜାରରୁ କମ୍ ସଂକ୍ରମଣ ମାମଲା ପ୍ରକାଶ ପାଇଥିଲା ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ କୋରୋନା ଆକ୍ଟିଭ କେସ୍ ହାର ୦.୯୦ ପ୍ରତିଶତ ରହିଛି । ସେହିପରି ସୁସ୍ଥହାର ୯୮.୭୨ ପ୍ରତିଶତ ଅଛି । ଦେଶରେ ଗତ ୨୪ ଘଣ୍ଟାରେ ୪,୬୯୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥସଂଖ୍ୟା ଦେଶରେ ୪,୪୨,୦୪,୭୭୧ରେ ପହଞ୍ଚିଛି । ଦେଶରେ ଦୈନିକ କୋରୋନା ପଜିଟିଭ ରେଟ୍ ୩.୬୫ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପିଜିଟିଭ ରେଟ ୩.୮୩ ପ୍ରତିଶତ ରହିଛି । କୋରୋନା ଆରମ୍ଭରୁ ଏଯାବତ୍ ଭାରତରେ ୯୨.୩୨ କୋଟି ଟେଷ୍ଟ କରାଯାଇଛି । କେବଳ ଗତ ୨୪ ଘଣ୍ଟାରେ ୨,୧୪,୨୪୨ଟି ଟେଷ୍ଟ ହୋଇଛି ।

ଏହାମଧ୍ୟ ପଢନ୍ତୁ: ଆଜି ରାଜସ୍ଥାନରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ସଂକ୍ରମଣ ବୃଦ୍ଧି ପରେ ଦେଶରେ ପୁଣି କୋରୋନା ଭୟ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟରେ କଟକଣା ପୁଣିଥରେ କଡାକଡି କରାଯାଇଛି । ହରିୟାଣା, କେରଳ ଓ ପୁଡୁଚେରୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନକୁ ମାସ୍କ ପିନ୍ଧି ଯିବା ପାଇଁ ହରିୟାଣା ସରକାର ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ, ବେସରକାରୀ ଅଫିସ ଓ ସପିଂ ମଲରେ ମାସ୍କ ପିନ୍ଧିବାକୁ କୁହାଯାଇଛି । ସେପଟେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିବାରେ ଲାଗିଛି । ଏନେଇ କିଛି ଦିନ ପୂର୍ବରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ କୋରୋନା ମୁକାବିଲା ରଣନୀତି ନେଇ ବୈଠକ କରିଥିଲେ । ଏମର୍ଜେନ୍ସି ହଟସ୍ପଟ ଚିହ୍ନଟ କରିବା ସହ ଟେଷ୍ଟିଂ ବୃଦ୍ଧି, ହସ୍ପିଟାଲ ଗୁଡିକରେ ଭିତ୍ତିଭୂମି ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: VIP କୋଟାରେ ଟ୍ରେନ ଟିକେଟ ରାକେଟ: 200 ସାଂସଦଙ୍କ ନାମରେ ଫେକ ଲେଟରପ୍ୟାଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.