ETV Bharat / bharat

India Corona: ସାମାନ୍ୟ ଖସିଲା ସଂକ୍ରମଣ, ଦିନକରେ 10753 ପଜିଟିଭ

ହୁହୁ ହୋଇ ବଢିଚାଲିଛି କୋରୋନା । ଗତ କିଛି ଦିନ ହେବ ୧୦ ହଜାର ଉପରେ ରହୁଛି ମାମଲା । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ପାର କରିଥିବା ବେଳେ ଆଜି ଖସିଛି ସଂଖ୍ୟା । ଅଧିକ ପଢନ୍ତୁ

author img

By

Published : Apr 15, 2023, 10:05 AM IST

India Corona
India Corona

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କୋରୋନା । ତେବେ କିଛି ଦିନ ହେବ ଲୁଚକାଳି ଖେଳୁଛି କୋରୋନା ସଂକ୍ରମଣ । ଦିନେ ବଢିଲେ ଦିନେ କମୁଛି । ଗତ କିଛି ଦିନ ହେବ ଚିନ୍ତା ବଢାଇଛି କୋରୋନା ସଂକ୍ରମଣ ମାମଲା । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ପାର କରିଥିବା ବେଳେ ଆଜି ସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଦେଶରୁ ୧୦ ହଜାର ୭୫୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସଂକ୍ରମଣ ହ୍ରାସ ପାଇଥିଲେ ସୁଦ୍ଧା ଚିନ୍ତା ଟଳି ନାହିଁ । ୧୦ ହଜାର ଉପରେ କୋରୋନା ସଂକ୍ରମଣ ମାମଲା ସରକାରଙ୍କ ଏକ ପ୍ରକାର ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ: Karantaka Poll: ସାମ୍ନାକୁ ଆସିଲା ବିଜେପି ଫାଟ, ଟିକେଟ ନପାଇ କଂଗ୍ରେସରେ ମିଶିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ, ସଂକ୍ରମିତଙ୍କ ସଂଖ୍ୟା ଅଳ୍ପ ହ୍ରାସ ପାଇଥିବାରୁ ପଜିଟିଭ ରେଟ ମଧ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୧୦ ହଜାର ୭୫୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ପିଜିଟିଭ ସଂକ୍ରମିତଙ୍କ ସଂଖ୍ୟା 5୦ ହଜାର ଅତିକ୍ରମ କରିଛି । ଦେଶରେ ମୋଟ ୫୩ ହଜାର ୭୨୦ଜଣ ପଜିଟିଭ ରହିଛନ୍ତି ।

ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୧୦୯ । ବର୍ତ୍ତମାନ ପଜିଟିଭ ହାର ୦.୧୨ ପ୍ରତିଶତ ରହିଛି । ଅନ୍ୟପଟେ ୪୪୨୨୩୨୧୧ ଜଣ ସୁସ୍ଥ ହୋଇ ଘରକୁ ଫରିଛନ୍ତି । ଆଶ୍ବସ୍ତିର ବିଷୟ ଯେ, ସୁସ୍ଥ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମୋଟ ସୁସ୍ଥତା ହାର ୯୮.୬୯ ପ୍ରତିଶତ ରହିଛି ।

କେରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫୩୧୦୯୧ରେ ପହଞ୍ଚିଛି । ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ୩୯୭ଜଣ କୋରୋନା ଟିକା ନେଇଛନ୍ତି । ଏହାକୁ ମିଶାଇ ମୋଟ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୨୦ କୋଟି ୬୬ ଲକ୍ଷ ୨୫ ହଜାର ୫୧୭ରେ ପହଞ୍ଚିଛି ।

ଦେଶରେ ହୁହୁ ହୋଇ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଖୁବଶୀଘ୍ର ୪ର୍ଥ ଲହର ଆସିଯିବା ନେଇ ଆଶଙ୍କା କରାଯାଉଛି । ସଂକ୍ରମଣ ଦିନେ ବଢି ଦିନେ କମୁଥିଲେ ହେଁ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସହ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.