ETV Bharat / bharat

G-20 ବୈଠକରେ ମୋଦିଙ୍କ ଘୋଷଣା, ୨୦୨୨ ସୁଦ୍ଧା ୫୦୦ କୋଟି ଟିକା ପ୍ରସ୍ତୁତ କରିବ ଭାରତ - ଜି ୨୦ ବୈଠକରେ ମୋଦି

G-20 ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ ଘୋଷଣା । ଆସନ୍ତା ବର୍ଷ ସୁଦ୍ଧା ୫୦୦ କୋଟି ଟିକା ଉତ୍ପାଦନ କରିବ ଭାରତ । ଅଧିକ ପଢନ୍ତୁ...

୨୦୨୨ ସୁଦ୍ଧା ୫୦୦ କୋଟି ଟିକା ପ୍ରସ୍ତୁତ କରିବ ଭାରତ, G-20 ବୈଠକରେ ମୋଦିଙ୍କ ଘୋଷଣା

author img

By

Published : Oct 31, 2021, 9:34 AM IST

ରୋମ୍: କୋଭିଡ ବିରୋଧି ଲଢେଇରେ ମୁଖ୍ୟାସ୍ତ୍ର ସାଜିଛି ଟିକା । ନିଜ ନିଜର ନାଗରିକଙ୍କ ଟୀକାକରଣ ପାଇଁ ତତ୍ପର ପ୍ରତିଟି ରାଷ୍ଟ୍ର । ହେଲେ ଇତିମଧ୍ୟରେ ୧୦୦ କୋଟି ଡୋଜ ଟୀକାକରଣର ମାଇଲଖୁଣ୍ଟ ସ୍ଥାପନ କରି ବିଶ୍ବ ସମ୍ମୁଖରେ ବିରଳ ରେକର୍ଡ ବନାଇଛି ଭାରତ । କେବଳ ଯେ ଭାରତ ଟୀକାକରଣରେ ଶିଖର ଛୁଇଁଛି ତାହା ନୁହେଁ, ଅନ୍ୟ ରାଷ୍ଟ୍ରଗୁଡିକୁ ଟିକା ଯୋଗାଣରେ ମଧ୍ୟ ବଳିଷ୍ଠ ଭୂମିକା ନିଭାଇଛି ଏବଂ ପ୍ରଶଂସିତ ମଧ୍ୟ ହୋଇଛି । ତେବେ ଆଗକୁ ମଧ୍ୟ ମହାମାରୀ ଯୁଦ୍ଧରେ ବିଶ୍ବ ସମୁଦାୟଙ୍କୁ ସାହାଯ୍ୟ ସହଯୋଗ କରିବାକୁ ୨୦୨୨ ସୁଦ୍ଧା ଭାରତ ୫୦୦ କୋଟି ଟିକା ପ୍ରସ୍ତୁତ କରିବ । ଶନିବାର ରୋମରେ ଆୟୋଜିତ G-20 ଶିଖରେ ସମ୍ମିଳନୀ ବୈଠକରେ ଭାରତ ଆସନ୍ତା ବର୍ଷ ସୁଦ୍ଧା ୫୦୦ କୋଟି ଟିକା ଉତ୍ପାଦନ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

୨୦୨୨ ସୁଦ୍ଧା ୫୦୦ କୋଟି ଟିକା ପ୍ରସ୍ତୁତ କରିବ ଭାରତ, G-20 ବୈଠକରେ ମୋଦିଙ୍କ ଘୋଷଣା
୨୦୨୨ ସୁଦ୍ଧା ୫୦୦ କୋଟି ଟିକା ପ୍ରସ୍ତୁତ କରିବ ଭାରତ, G-20 ବୈଠକରେ ମୋଦିଙ୍କ ଘୋଷଣା

କୋଭିଡ ବିରୁଦ୍ଧରେ ଏକାଠି ଲଢେଇ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ସବୁ ରାଷ୍ଟ୍ରକୁ G-20 ବୈଠକରେ ଆହ୍ବାନ କରିଛନ୍ତି । ମୋଦି କହିଛନ୍ତି, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ଏ ଯାଏଁ ଭାରତର ସ୍ବଦେଶୀ ଟିକା କୋଭାକ୍ସିନକୁ ମଞ୍ଜୁରୀ ଦେଇନାହିଁ । ତେଣୁ ଖୁବଶୀଘ୍ର ଭାରତୀୟ ଟିକାକୁ WHO ମଞ୍ଜୁର କରିବା ଆବଶ୍ୟକ । ଭାରତ ସବୁବେଳେ ସାରା ବିଶ୍ବବାସୀଙ୍କୁ କିପରି ସ୍ବାସ୍ଥ୍ୟ ସୁବିଧା ମିଳିପାରିବ ସେନେଇ ଚେଷ୍ଟା କରୁଛି ଏବଂ ଦେଶ ସର୍ବଦା ଏକ ବିଶ୍ବ ଏବଂ ଏକ ସ୍ବାସ୍ଥ୍ୟ ନୀତିରେ ବିଶ୍ବାସ କରେ ବୋଲି ମୋଦି କହିଛନ୍ତି । ଏଥିସହ ବିଶ୍ବନେତାଙ୍କ ସହିତ ବିଶ୍ବ ଅର୍ଥନୀତି ଏବଂ ବିଶ୍ବ ସ୍ବାସ୍ଥ୍ୟ ଉପରେ ମଧ୍ୟ ଆଲୋଚନା କରିଛନ୍ତ ପିଏମ ।

G-20 ବୈଠକରେ ମୋଦି ଅଂଶଗ୍ରହଣ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ କହିଛନ୍ତି, ପ୍ରଧାନମନ୍ତ୍ରୀ ବୈଶ୍ବିକ ଆର୍ଥିକ ଢାଞ୍ଚାକୁ ଅଧିକ ସୁଦୃଢ ଏବଂ ନ୍ୟାୟପୂର୍ଣ୍ଣ କରିବା ପାଇଁ ଜି-୨୦ର ସର୍ବନିମ୍ନ କୋର୍ପୋରେଟ ଟ୍ୟାକ୍ସ ଆଣିବାର ନିଷ୍ପତ୍ତିରେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ବିଦେଶରେ ଥିବା କମ୍ପାନୀଗୁଡିକ ସେହି ଦେଶରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଟିକସ ପଇଠ କରିବେ ତାହା ସୁନିଶ୍ଚିତ କରିବା, ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, G-20 ବୈଠକରେ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଓ ଫଳପ୍ରଦ ଆଲୋଚନା ହୋଇଥିବା ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ୍ କରିଛନ୍ତି । ଶିଖର ବୈଠକରେ ଅର୍ଥନୈତିକ ଓ ସ୍ବାସ୍ଥ୍ୟ କ୍ଷେତ୍ରର ସୁଧାର, ଜଳବାୟୁ ପରିବର୍ତ୍ତନ ଓ ସ୍ଥାୟୀ ବିକାଶ ଉପରେ ଗୁରୁତ୍ବାରୋପ କରାଯିବ ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.