ETV Bharat / bharat

G20 Summit: ଆଜିଠୁ ଦିଲ୍ଲୀରେ ଜି-୨୦ ସମ୍ମିଳନୀ, ଏକାଠି ହେବେ ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟ - ଜୋ ବାଇଡେନ

ଆଜିଠୁ ଦିଲ୍ଲୀରେ ଆରମ୍ଭ ହେବ ଜି-୨୦ ସମ୍ମିଳନୀ । ଭାରତ ପ୍ରଥମ ଥର ଜି-୨୦ରେ ଅଧ୍ୟକ୍ଷତା କରୁଥିବା ବେଳେ ଏଥିରେ ସାମିଲ ହେବାରୁ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟମାନେ ପହଞ୍ଚି ସାରିଛନ୍ତି । ଅଧିକ ପଢନ୍ତୁ

G20 Summit
G20 Summit
author img

By ETV Bharat Odisha Team

Published : Sep 9, 2023, 9:12 AM IST

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେବ ଜି-୨୦ ଶିଖର ସମ୍ମିଳନୀ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭାରତ ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜି-୨୦ ବୈଠକର ମୁଖ୍ୟ ଥିମ୍ ରହିଛି 'ବସୁଧୈବ କୁଟୁମ୍ବକମ୍' ବା 'ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ' । ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ୩୦ରୁ ଅଧିକ ରାଷ୍ଟ୍ରମୁଖ୍ୟ ଏବଂ ୟୁରୋପୀୟ ସଂଘର ଶୀର୍ଷ ଅଧିକାରୀମାନେ ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀରେ ନୂତନ ଭାବେ ଉଦଘାଟିତ ଭାରତ ମଣ୍ଡପମରେ ଏହି ସମ୍ମିଳନୀ ଚାଲିବ । ଆଜି ସକାଳ ସାଢେ ୯ଟାରୁ ବିଶ୍ବ ନେତୃବୃନ୍ଦମାନେ ସମ୍ମିଳନୀ ସ୍ଥଳରେ ପହଞ୍ଚିବା ଆରମ୍ଭ କରିବେ । ଦିନ ସାଢେ ୧୦ଟା ବେଳେ ଜି-୨୦ର ପ୍ରଥମ ସେସନ 'ଗୋଟିଏ ପୃଥିବୀ ବା ୱାନ ନେସନ' ଆରମ୍ଭ ହେବ ।

ଦିଲ୍ଲୀରେ ବିଶ୍ବ ନେତା: ପ୍ରଥମ ଥର ପାଇଁ ଭାରତର ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ସାମିଲ ହୋଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଅନେକ ରାଷ୍ଟ୍ରମୁଖ୍ୟ ଗତକାଲିଠୁ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି । ସେମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା, ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ଋଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭୋରୋବ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଧୋନୀ ଆଲବାନିଜ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନ୍ନାଥ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ପ୍ରମୁଖ ରହିଛନ୍ତି । ଏହି ନେତୃବୃନ୍ଦମାନଙ୍କୁ ବିମାନ ବନ୍ଦରରେ ପାରମ୍ପରିକ ନୃତ୍ୟସଙ୍ଗୀତ ସହ ଭବ୍ୟ ସ୍ବାଗତ କରାଯାଇଥିଲା ।

ଏହାମଧ୍ୟ ପଢନ୍ତୁ: G20 Summit: ମୋଦି ବାଇଡେନ ଦ୍ବିପାକ୍ଷିକ ବୈଠକ, ଏକାଧିକ ପ୍ରସଙ୍ଗରେ ଆଲୋଚନା

କଡା ସୁରକ୍ଷା ବଳୟରେ ରାଜଧାନୀ: ଜି୨୦ ସମ୍ମିଳନୀ ପାଇ ସମଗ୍ର ରାଜଧାନୀ କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି । ଅଦ୍ଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ସହିତ ଦିଲ୍ଲୀକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜାଯାଇଛି । ସମଗ୍ର ସହରରେ ପୋଲିସ ଛାଉଣୀ ହୋଇଛନ୍ତି । ଅର୍ଦ୍ଧସାମରିକ ବାହିନୀ, ପୋଲିସ ଓ ଅନ୍ୟାନ୍ୟ ସୁରକ୍ଷା ଏଜେନ୍ସି ସହର ଉପରେ ନଜର ରଖିଛନ୍ତି । ଏହାସହିତ ବାୟୁସେନାର ଲଢୁଆ ବିମାନଙ୍କୁ ମଧ୍ୟ ରାଜଧାନୀ ସୀମାରେ ମୁତୟନ କରାଯାଇଛି । ୩ ଦିନ ପାଇଁ ଦିଲ୍ଲୀର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ କାର୍ଯ୍ୟାଳୟ ବନ୍ଦ ରଖାଯାଇଛି । ବିଭିନ୍ନ ସ୍ଥାନରେ ସାଧରଣ ଲୋକଙ୍କୁ ରାସ୍ତାକୁ ଆସିବା ବନ୍ଦ କରାଯାଇଛି ।

ଗତକାଲି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତି ବାଇଡେନ ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ । ବାଇଡେନଙ୍କ ସହ ଆଲୋଚନା ପରେ ମୋଦି ଏକ୍ସରେ ପୋଷ୍ଟ କରିଛନ୍ତି, ରାଷ୍ଟ୍ରପତି ବାଇଡେନଙ୍କୁ ସ୍ବାଗତ କରି ମୁଁ ଖୁସି ଅନୁଭବ କରୁଛି । ଆମେ ଅନେକ ପ୍ରସଙ୍ଗରେ ଆଲୋଚନା କରୁଛୁ । ଆମ କଥାବର୍ତ୍ତା ଫଳପ୍ରଦ ହୋଇଛି । ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବିଶ୍ବ କଲ୍ୟାଣ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ମୋଦି ।

ସନ୍ଧ୍ୟା ୭ଟା ବେଳେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମଙ୍କ ପକ୍ଷରୁ ନୈଶ୍ୟ ଭୋଜନର ଆୟୋଜିତ ହେବ । ଏଥିରେ ବିଦେଶୀ ନେତୃବୃନ୍ଦଙ୍କ ବ୍ୟତୀତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀମାନେ ଯୋଗ ଦେବେ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ଏଚଡି ଦେବଗୌଡାଙ୍କୁ ମଧ୍ୟ ଏହି ଡିନର କାର୍ଯ୍ୟକ୍ରମକୁ ନିମନ୍ତ୍ରିତ କରାଯାଇଥିବା ବଳେ ସ୍ବାସ୍ଥ୍ୟଗତ କାରଣ ପାଇଁ ଉଭୟ ଯୋଗ ଦେଇପାରିବେନି ବୋଲି ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.