ETV Bharat / bharat

ବଢୁଛି ବାୟୁସେନାର ଶକ୍ତି, ଯୋଡି ହେବ 25 MIRAGE-2000 - ୨୫ ମିରାଜ-୨୦୦୦ କିଣିବ ଭାରତ

ପୁଣି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା, ଥରହର ହେବ ଶତ୍ରୁ ପକ୍ଷ । ଲଢୁଆ ବିମାନ ୨୫ ମିରାଜ-୨୦୦୦ କିଣିବ ଭାରତ, ଏଥିପାଇଁ ଚୁକ୍ତି ସରିଥିବା ସୂଚନା । ଅଧିକ ପଢନ୍ତୁ...

ବଢୁଛି ବାୟୁସେନାର ଶକ୍ତି, ଯୋଡି ହେବ 25 MIRAGE-2000

author img

By

Published : Sep 18, 2021, 10:50 AM IST

ନୂଆଦିଲ୍ଲୀ: ପୁଣି ଭାରତୀୟ ବାୟୁସେନାକୁ ମିଳିବ ବଳ । ଏୟାରଷ୍ଟ୍ରାଇକରେ ବ୍ୟବହୃତ ୨୫ ମିରାଜ-୨୦୦୦ ବିମାନ କିଣିବାକୁ ଯୋଜନା କରୁଛି ଭାରତ । ଆକାଶ ପଥରେ ଆସିବାକୁ ଥିବା ବିପଦକୁ ଟାଳିବା ପାଇଁ ସଜାଗ ହେଉଛି ଭାରତୀୟ ବାୟୁସେନା ।

କାରଣ ଯେଉଁ ମିରାଜ-୨୦୦୦ ଯୁଦ୍ଧବାହୀ ବିମାନ କାର୍ଗିଲ ଯୁଦ୍ଧର ଦିଗକୁ ବଦଳାଇ ଦେଇଥିଲା ଏବଂ ପାକିସ୍ତାନ ସୀମାରେ ପଶି ଜୈସ ଆତଙ୍କବାଦୀ ଶିବିରକୁ ଧ୍ବଂସ କରି ଦେଇଥିଲା, ତାହା ଏବେ ବାୟୁସେନାରେ ପୁଣି ଯୋଡି ହେବାକୁ ଯାଉଛି । ଭାରତୀୟ ବାୟୁସେନା ୨୪ ସେକେଣ୍ଡ ହ୍ୟାଣ୍ଡ୍‌ ମିରାଜ ସହିତ ନିଜର ଯୁଦ୍ଧବାହୀ କ୍ଷମତାକୁ ମଜବୁତ କରିବାକୁ ଯାଉଛି । ୪ର୍ଥ ପିଢିର ଏହି ଯୁଦ୍ଧ ବିମାନକୁ ଭାରତ ଦସାଲ୍ଟ ଏଭିଏସନ୍‌ ଠାରୁ କିଣିବାକୁ ପ୍ରସ୍ତୁତ ହେଉଥିବା କହିଛନ୍ତି ବାୟୁସେନାର ଜଣେ ଅଧିକାରୀ ।

ଏଥିପାଇଁ ପାଖାପାଖି ୨୭ ମିଲିୟନ ୟୁରୋ ଖର୍ଚ୍ଚ ହେବ, ଯାହାକି ଭାରତୀୟ ମୁଦ୍ରାରେ ୨୩୩.୬୭ କୋଟି ଟଙ୍କା । ଏଥିପାଇଁ ଚୁକ୍ତି ମଧ୍ୟ ସ୍ୱାକ୍ଷରିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.