ETV Bharat / bharat

Sri Lanka Crisis: ଚୀନ ନିରାଶ କଲା, ପୁଣି 500 ମିଲିୟନ ଡଲାର ସହାୟତା ଦେବ ଭାରତ !

ଶ୍ରୀଲଙ୍କା ଆର୍ଥିକ ସଙ୍କଟରେ ହାତ ଟେକିଲା ଚୀନ । ଶ୍ରୀଲଙ୍କାକୁ ସହାୟତା ନିବେଦନ ନେଇ ନିରବ । ଭାରତ ଦେବ ଅତିରିକ୍ତ 500 ମିଲିୟନ ଡଲାର ସହୟତା ! ଅଧିକ ପଢନ୍ତୁ

Sri Lanka crisis: ଚୀନ ନିରାଶ କଲା, 5ଶହ ମିଲିୟନ ଡଲାର ସହାୟତା ଦେଲା ଭାରତ

author img

By

Published : Apr 27, 2022, 8:21 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କାର ଆର୍ଥିକ ସଙ୍କଟର ପ୍ରାରମ୍ଭରୁ ପ୍ରକୃତ ବନ୍ଧୁ ଭାବେ ରହିଆସିିଥିବା ପଡୋଶୀ ଭାରତ ପୁଣି ଥରେ ଏକ ବଡ ସହାୟତା ପ୍ରଦାନ କରିବ ! ଇନ୍ଧନ ଆମଦାନୀ ପାଇଁ ଅତିରିକ୍ତ 500 ମିଲିୟନ୍ ଡଲାର୍ ସହାୟତା ପ୍ରଦାନ ପାଇଁ ଅଫର ଦେଲା ଭାରତ । ଶ୍ରୀଲଙ୍କାର ଏକ ବିଲିୟନ ଡଲାର ନିବେଦନ କ୍ରମେ ଭାରତ ଏହି ରାଶି ପ୍ରଦାନ କରିପାରେ ବୋଲି ମିଡିଆ ରିପୋର୍ଟ ପ୍ରକାଶ ପାଇଛି ।

ସବୁଠୁ ଉତ୍କଟ ବୈଦେଶିକ ମୁଦ୍ରା ସଙ୍କଟ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବକୁ ନେଇ ଶ୍ରୀଲଙ୍କା ଅତ୍ୟନ୍ତ ନିରାଶ ହୋଇପଡିଥିବା ବେଳେ ଚୀନ ସହାୟତା ପାଇଁ ଆଗକୁ ଆସୁନାହିଁ । ଏପରି ସ୍ଥଳେ ଭାରତ ତାର ସହଯୋଗ ପ୍ରକ୍ରିୟା ଜାରି ରଖିଛି । ପୂର୍ବରୁ ମଧ୍ୟ ଭାରତ 1.5 ବିଲିୟନ ଡଲାରରୁ ଅଧିକ ଋଣ ପ୍ରଦାନ କରିସାରିଛି ।

ଶ୍ରୀଲଙ୍କାରେ ଅର୍ଥନୈତିକ ସ୍ଥିତି ଗଭୀର ଭାବେ ପ୍ରଭାବିତ ହୋଇଛି । ଏହି ସମୟରେ ଉଭୟ ଭାରତ ଏବଂ ଚୀନ୍‌କୁ ସହାୟତା ପାଇଁ ଅନୁରୋଧ କରିଥିଲେ ଶ୍ରୀଲଙ୍କା କର୍ତ୍ତୃପକ୍ଷ । କଲମ୍ବୋଙ୍କ ଭାରତକୁ 1 ବିଲିୟନ ଡଲାରର ସହୟତା ପ୍ରଦାନ କରିବାକୁ ଅନୁରୋଧ କରିଥିବା ବେଳେ ଭାରତ 500 ମିଲିୟନ ଡଲାରର ସହୟତା ତୁରନ୍ତ ପ୍ରଦାନ କରିଥିଲା । ଅନ୍ୟପଟେ ଶ୍ରୀଲଙ୍କା ସହ ଦୀର୍ଘବର୍ଷର ବାଣିଜ୍ୟିକ ସମ୍ପର୍କ ଥିବା ଚୀନ କିନ୍ତୁ ଶ୍ରୀଲଙ୍କାର ସହାୟତା ନିବେଦନକୁ ଗୁରୁତ୍ବ ନଦେବା ସହ ଅସମର୍ଥତା ପ୍ରକାଶ କରିଛି ।

ବର୍ତ୍ତମାନର ସଙ୍କଟକୁ ଏଡାଇବା ପାଇଁ ଶ୍ରୀଲଙ୍କାକୁ ଅତି କମରେ 4 ବିଲିୟନ ଡଲାରର ଆବଶ୍ୟକତା ରହିଛି । ଶ୍ରୀଲଙ୍କାର ନୂତନ ଅର୍ଥମନ୍ତ୍ରୀ ଅଲି ସାବ୍ରି ବର୍ତ୍ତମାନ IMF, ବିଶ୍ୱ ବ୍ୟାଙ୍କ, ଚୀନ୍ ଏବଂ ଜାପାନ ସମେତ ଅନ୍ୟ କିଛି ଅନ୍ତର୍ଜାତୀୟ ଅନୁଷ୍ଠାନ ସହ ସହାୟତା ପାଇଁ ଆଲୋଚନା ଜାରି ରଖିଛନ୍ତି । ଶ୍ରୀଲଙ୍କାର ଏକମାତ୍ର ଭୌଗଳିକ ପଡୋଶୀ ଭାରତ ସଙ୍କଟ ଆରମ୍ଭରୁ ସବୁ ପ୍ରକାର ସହାୟତା ଯୋଗାଇ ଚାଲିଛି । ଏକାଧିକ ପର୍ଯ୍ୟାୟରେ ଇନ୍ଧନ, ଶସ୍ୟ ଓ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିସାରିଛି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.