ETV Bharat / bharat

ଆଫଗାନିସ୍ତାନ ପ୍ରସଙ୍ଗରେ ଋଷର ଗୁରୁତ୍ବପୂର୍ଣ୍ଣ ବୈଠକ, ଭାରତକୁ ଅଣଦେଖା - troika meeting on afghanistan

ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାର୍ପଣ ପରେ ଦେଶର ସ୍ଥିତି ସଂଗୀନ ହୋଇପଡିଛି । ଏହାକୁ ନେଇ ଋଷ ଆସନ୍ତା ୧୧ ତାରିଖରେ କର୍ତାର ରାଜଧାନୀ ଦୋହାରେ ‘ବିସ୍ତାରିତ ଟ୍ରୋଇକା’ ବୈଠକ ପ୍ରସ୍ତାବ ଦେଇଛି । ଅଧିକ ପଢନ୍ତୁ...

ବିସ୍ତାରିତ ଟ୍ରୋଇକା’
ବିସ୍ତାରିତ ଟ୍ରୋଇକା’
author img

By

Published : Aug 6, 2021, 12:44 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତ-ଋଷ ମଧ୍ୟରେ ଭଲ ନାହିଁକି ଦ୍ବିପାକ୍ଷିକ ସମ୍ପର୍କ । ପୁରୁଣା ବନ୍ଧୁ ଏବେ ଦୂର ସମ୍ପର୍କୀୟ କି ? ପୁଟିନ-ମୋଦି ଯୋଡି ନିବିଡତାରେ ପଡିଛି କି ଫାଟ ? ଏମିତି ଅନେକ ପ୍ରଶ୍ନ ଏବେ ନୂଆଦିଲ୍ଲୀରୁ ମସ୍କୋ ପର୍ଯ୍ୟନ୍ତ ହେଉଛି ଚର୍ଚ୍ଚା । ଏଭଳି ଚର୍ଚ୍ଚା ଏଥିପାଇଁ ହେଉଛି ରୁଷିଆ ଡାକିଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଭାରତକୁ ନିମନ୍ତ୍ରଣ ନକରିବା ।

ସମ୍ପ୍ରତ୍ତି ଆଫଗାନିସ୍ତାନ ସ୍ଥିତିକୁ ନେଇ ଋଷ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛି । ଆଉ ବୈଠକରେ ଯୋଗ ଦେବାପାଇଁ ଆମେରିକା, ଚୀନ ଓ ପାକିସ୍ତାନକୁ ନିମନ୍ତ୍ରଣ ଦେଇଛି । କିନ୍ତୁ ଭାରତକୁ ନିମନ୍ତ୍ରଣ ହୋଇନାହିଁ । କର୍ତାର ବୈଠକ ଚଳିତ ମାସ ୧୧ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଯାହାର ନାଁ ରହିଛି ‘ବିସ୍ତାରିତ ଟ୍ରୋଇକା’ ।

ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାର୍ପଣ ପରେ ଦେଶର ସ୍ଥିତି ସଂଗୀନ ହୋଇପଡିଛି । ଏହାକୁ ନେଇ ରୁଷିଆ ଆସନ୍ତା ୧୧ ତାରିଖରେ କର୍ତାର ରାଜଧାନୀ ଦୋହାରେ ‘ବିସ୍ତାରିତ ଟ୍ରୋଇକା’ ବୈଠକ ପ୍ରସ୍ତାବ ଦେଇଛି । ଏହା ପୂର୍ବରୁ ରୁଷିଆ ୧୮ ମାର୍ଚ୍ଚରେ ଓ ୩୦ ଏପ୍ରିଲରେ ମଧ୍ୟ ବୈଠକ କରିଥିଲା । ରଷିଆ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ପାଇଁ ମସ୍କୋ ଫର୍ମାଟ ପ୍ରୟୋଗ କରୁଛି ।

ଋଷ ଦ୍ବାରା ଆହୁତ ‘ବିସ୍ତାରିତ ଟ୍ରୋଇକା’ ବୈଠକରେ ହେବାକୁ ଥିବା ବୈଠକରେ ଭାରତକୁ ନିମନ୍ତ୍ରଣ ମିଳିବ ବୋଲି ନୂଆଦିଲ୍ଲୀ ଆଶା ରଖଥିଲା । କିନ୍ତୁ ଭାରତକୁ ନିମନ୍ତ୍ରଣ ମିଳିଲା ନାହିଁ । ଯାହାକୁ ନେଇ ନୂଆଦିଲ୍ଲୀ ମୁହଁ ଖୋଲିନାହିଁ ।

ତେବେ ଦୁଇ ପୁରୁଣା ପାରମ୍ପରିକ ମିତ୍ର ରାଷ୍ଟ୍ର ଭାରତ-ଋଷର ସମ୍ପର୍କକୁ ନେଇ ଋଷ ବୈଦେଶିକ ମନ୍ତ୍ରୀ ସର୍ଗୈଇ ଲାଭରାଓ କହିଛନ୍ତି ଋଷ ଭାରତର ମିତ୍ର ରାଷ୍ଟ୍ର । ଭାରତ ସମସ୍ତ ସ୍ଥିତିରେ ଋଷ ଅଛି । ପରିବର୍ଦ୍ଧିତ ସ୍ଥିତିରେ ଆମ ଦେଶ ସମସ୍ତ ରାଷ୍ଟ୍ର ସହ ମିଶି କାମ କରୁଛି ବୋଲି ସଫେଇ ଦେଇଛନ୍ତି ।

ଅନ୍ୟପଟେ ଭାରତ ସହ ଉତ୍ତମ ସମ୍ପର୍କ ସତ୍ତ୍ବେ ବୈଠକରେ ନିମନ୍ତ୍ରଣ ମିଳିନଥିବା ବେଳେ ମତଭେଦ ଥାଇ ସୁଦ୍ଧା ବୈଠକରେ ସାମିଲ ହେବାକୁ ଆମେରିକାକୁ ରୁଷିଆ ନିମନ୍ତ୍ରଣ କରିଛି । ଯାହାକୁ ନେଇ ଏବେ ଭାରତ-ଋଷ ସମ୍ପର୍କରେ କୌଣସି କୌଣସି ସଂକଟ ଥିବା ସନ୍ଦେହ ବଢୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.