ETV Bharat / bharat

Nepal Election 2022: 72 ଘଣ୍ଟା ପାଇଁ ଭାରତ ନେପାଳ ସୀମା ସିଲ

author img

By

Published : Nov 17, 2022, 8:23 PM IST

72 ଘଣ୍ଟା ପାଇଁ ଭାରତ ନେପାଳ ସୀମା ସିଲ । ପଡୋଶୀ ନେପାଳରେ ନିର୍ବାଚନ (Nepal Election 2022)। 72 ଘଣ୍ଟା ପାଇଁ ସିଲ ହେଲା ଭାରତ-ନେପାଳ ଅନ୍ତର୍ଜାତୀୟ ସୀମା । ଆଜି ମଧ୍ୟରାତ୍ରୀରୁ 20 ତାରିଖ ଯାଏ ବନ୍ଦ ରହିବ ସମସ୍ତ ସାଧାରଣ ପରିବହନ ଓ ଯାତାୟତ । ଅଧିକ ପଢନ୍ତୁ

Nepal Election 2022: 72 ଘଣ୍ଟା ପାଇଁ ଭାରତ-ନେପାଳ ସୀମା ସିଲ

ନୂଆଦିଲ୍ଲୀ/କାଠମାଣ୍ଡୁ : 72 ଘଣ୍ଟା ପାଇଁ ଭାରତ ନେପାଳ ସୀମା ସିଲ । ପଡୋଶୀ ନେପାଳରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ (Nepal Election 2022) ପାଇଁ ଭାରତ-ନେପାଳ ଅନ୍ତର୍ଜାତୀୟ ସୀମା 72 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ । ଏନେଇ ଦୁଇ ଦେଶର ବରିଷ୍ଠ ସେନାଧିକାରୀ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ହେବା ପରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ମଧ୍ୟରାତ୍ରୀରୁ ଏହି ନିୟମ ଲାଗୁ ହେବ । ବିହାର ଓ ଉତ୍ତର ପ୍ରଦେଶ ନେପାଳର ସୀମାକୁ ସ୍ପର୍ଶ କରିଛି ।

ଦୁଇ ଦେଶ ଅନ୍ତର୍ଜାତୀୟ ସୀମା ମଧ୍ୟରେ ଏକାଧିକ ପୋଷ୍ଟରେ ଉଭୟ ଦେଶର ନାଗରିକ ବିନା କଟକଣାରେ ଯାତାୟତ ମଧ୍ୟ କରିଥାନ୍ତି । ଏଥିପାଇଁ ଅନ୍ୟ ଅନ୍ତର୍ଜାତୀୟ କଟକଣା କିମ୍ବା ପାସପୋର୍ଟ ପରି ପ୍ରମାଣପତ୍ରର ଆବଶ୍ୟକତା ନଥାଏ । ନିର୍ବାଚନକୁ ଦୃଷ୍ଚିରେ ରଖି ଏହାକୁ ଆଗମୀ ତିନି ଦିନ ଅର୍ଥାତ 72 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରଖାଯିବ । ତେବେ ଉଭୟ ପକ୍ଷର ମିଳିତ ସହମତିରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ଆଜି ମଧ୍ୟରାତ୍ରୀରୁ ଏହି ନିୟମ ଲାଗୁ ହେବ । ସମସ୍ତ ପୋଷ୍ଟ କିମ୍ବା ସଂଯୋଗ କରୁଥିବା ରାସ୍ତାରେ ଉଭୟ ଦେଶର ସୁରକ୍ଷାବଳ ନାକା ଲଗାଇବା ସହ ପାଟ୍ରୋଲିଂ ମଧ୍ୟ କରିବେ ।

କୌଣସି ପ୍ରକାର ସଧାରଣ ଯାତାୟତ କିମ୍ବା ପରିବହନକୁ ଅନୁମତି ମିଳିବ ନାହିଁ ବୋଲି ଲୋକଙ୍କୁ ଅବଗତ ମଧ୍ୟ କାରଯାଇ ସାରିଛି । ଏହି କଟକଣା ଆଜି 17ତାରିଖ ମଧ୍ୟରାତ୍ରୀରୁ ଆରମ୍ଭ ହୋଇ 20 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି କିଛି ଜରୁରୀ ବିଭାଗରେ ଯାତାୟତ ଜାରି ରହିବା ନେଇ ନିଷ୍ପତ୍ତି ହୋଇଛି । ପାଣି, କ୍ଷୀର ପରି ଜରୁରୀ ସାମଗ୍ରୀ ଯୋଗାଣ ଶୃଙ୍ଖଳା, ସ୍ବାସ୍ଥ୍ୟସେବା ଓ ଅନ୍ୟ ଜୁରୁରୀ ସେବାକୁ ଅନୁମତି ମିଳିବା ନେଇ ସୂଚନା ମିଳିଛି । ଦୁଇ ଦେଶ ମଧ୍ୟରେ ବିହାର ଓ ଉତ୍ତର ପ୍ରଦେଶ ସଂଲଗ୍ନ ଏକ ସୁଦୀର୍ଘ ଅନ୍ତର୍ଜାତୀୟ ସୀମା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.