ETV Bharat / bharat

ସ୍ବଳ୍ପ ଓ ଦୀର୍ଘକାଳୀନ ମୁକାବିଲା ପାଇଁ ପ୍ରସ୍ତୁତ ରହୁ ଭାରତ: ବାୟୁସେନା ମୁଖ୍ୟ

author img

By

Published : Apr 28, 2022, 8:34 PM IST

ସାମ୍ପ୍ରତିକ ଭୌଗୋଳିକ ପରିସ୍ଥିତିରେ ଭାରତକୁ ନିଜର ସଶସ୍ତ୍ର ବାହିନୀକୁ ସ୍ୱଳ୍ପ ଏବଂ ଦୀର୍ଘ କାଳୀନ ମୁକାବିଲା ପାଇଁ ପ୍ରସ୍ତୁତ କରିବା ଆବଶ୍ୟକ କହିଲେ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବି ଆର ଚୌଧୁରୀ । ଅଧିକ ପଢନ୍ତୁ

ସ୍ବଳ୍ପ ଓ ଦୀର୍ଘକାଳୀନ ମୁକିବିଲା ପାଇଁ ପ୍ରସ୍ତୁତ ରହୁ ଭାରତ: ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ସାମ୍ପ୍ରତିକ ଭୂ-ରାଜନୈତିକ ସ୍ଥିତିରେ ଭାରତୀୟ ସଶସ୍ତ୍ର ବଳକୁ ସ୍ବଳ୍ପ ଓ ଦୀର୍ଘକାଳୀନ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ହେବ । ଭାରତର ଉଭୟ ପଡୋଶୀ ପାକିସ୍ତାନ ଓ ଚୀନ ସହ ସୀମା ବିବାଦ ଜାରି ରହିଛି । ତେଣୁ ଭାରତୀୟ ସେନା କୌଣସି ପରିସ୍ଥିତିରେ ସଂଘର୍ଷପୂର୍ଣ୍ଣ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି କହିଛନ୍ତି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିବେକ ରଞ୍ଜନ ଚୌଧୁରୀ ।

ଏକ ସେମିନାରକୁ ସମ୍ବୋଧିତ କରିବା ଅବସରରେ ସାମ୍ପ୍ରତିକ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ ବାୟୁସେନା ମୁଖ୍ୟ । ଭାରତକୁ ଉଭୟ ପଡୋଶୀ ଚୀନ ଓ ପାକିସ୍ତାନ ଠାରୁ କୌଣସି ସମୟରେ ସଂଘର୍ଷର ସାମ୍ନା କରିବାର ଯଥେଷ୍ଟ ଆଶଙ୍କା ରହିଛି । ତେଣୁ ଏପରି ସ୍ଥିତିରେ ସ୍ବଳ୍ପ ଅବଧି ମଧ୍ୟରେ ଭାରତୀୟ ସେନାକୁ ଏକ ଗୁରୁତ୍ବପୂର୍ଣ୍ଣ ଅପରେସନ ଆରମ୍ଭ କରିପାରିବାର ଦକ୍ଷତା ବିକଶିତ କରିବାକୁ ହେବ । ଗତ ଦୁଇ ବର୍ଷ ଧରି ଚୀନ ସହ ଭାରତର ସମ୍ପର୍କ ସଂଘର୍ଷପୂର୍ଣ୍ଣ ରହିଛି । ଉତ୍ତର ଲଦାଖ କ୍ଷେତ୍ରରେ ଦୁଇ ସେନା ମଧ୍ୟରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି । ଏହି ସବୁ ପ୍ରସଙ୍ଗ କୌଣସି ମୂହୂର୍ତ୍ତରେ ଭାରତ ପ୍ରତି ସମସ୍ୟା ସୃଷ୍ଟି କରିପାରେ । ତେଣୁ ଭାରତ ଏଥିପ୍ରତି ସମ୍ପୂର୍ଣ୍ଣ ପ୍ରସ୍ତୁତିର ସହ ରହିବା ଆବଶ୍ୟକ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.