ETV Bharat / bharat

ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଭାରତ-ନାମିବିୟା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ - India Namibia sign an MoU on wildlife conservation

ଭାରତ ସରକାର ଏବଂ ନାମିବିୟା ସରକାରଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବ ବିବିଧତାର ଉପଯୋଗ କ୍ଷେତ୍ରରେ ସହଯୋଗ ନିମନ୍ତେ ଆଜି ଏକ ବୁଝାମଣା ପତ୍ର (Government of India and Namibia have entered into a Memorandum of Understanding) (MoU) ସ୍ୱାକ୍ଷରିତ ହୋଇଛି । ଅଧିକ ପଢନ୍ତୁ

ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଭାରତ-ନାମିବିୟା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

author img

By

Published : Jul 20, 2022, 10:38 PM IST

ନୂଆଦିଲ୍ଲୀ: ଭାରତ ସରକାର ଏବଂ ନାମିବିୟା ସରକାରଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଯୋଗ ନିମନ୍ତେ ଆଜି ଏକ ବୁଝାମଣା ପତ୍ର (Government of India and Namibia have entered into a Memorandum of Understanding) (MoU) ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଅନୁସାରେ ଭାରତର ଐତିହାସିକ ରେଞ୍ଜରେ ଚିତାବାଘ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଏହି ବୁଝାମଣା ପତ୍ର ଉଭୟ ରାଷ୍ଟ୍ର ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବ ବିବିଧତାର ବିକାଶକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ପାରସ୍ପରିକ ସହଯୋଗ ବୃଦ୍ଧି ଦିଗରେ ମଧ୍ୟ କାର୍ଯ୍ୟ କରିବ । ଉଭୟ ରାଷ୍ଟ୍ର ପାରସ୍ପରିକ ବିଧିବିଧାନ, ସାର୍ବଭୌମତ୍ୱ, ସମାନତା ତଥା ଭାରତ ଏବଂ ନାମିବିୟାର ସର୍ବଶ୍ରେଷ୍ଠ ସ୍ୱାର୍ଥ ପ୍ରତି ସମ୍ମାନ ପ୍ରଦର୍ଶନ ଆଧାରରେ କାର୍ଯ୍ୟ କରିବେ ।

  • Happy to share that India has signed a historic MoU with Namibia to promote Wildlife Conservation and Sustainable Biodiversity Utilization. The MoU seeks to promote conservation and restoration of cheetah in their former range from which the species went extinct. pic.twitter.com/MNVyw8S2eQ

    — Bhupender Yadav (@byadavbjp) July 20, 2022 " class="align-text-top noRightClick twitterSection" data=" ">

ଉଭୟ ରାଷ୍ଟ୍ରର ଯେଉଁସବୁ ଅଞ୍ଚଳରେ ପୂର୍ବରୁ ଚିତାବାଘ ବସବାସ କରୁଥିଲେ ଏବଂ ବର୍ତ୍ତମାନ ସେଠାରୁ ଲୋପ ପାଇ ଯାଇଛନ୍ତି, ସେହିସବୁ ସ୍ଥାନ ମାନଙ୍କରେ ସେମାନଙ୍କର ପୁନଃ ସଂସ୍ଥାପନ ଏବଂ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯିବା । ଏହାସହ ଜୈବ ବିବିଧତାର ସୁରକ୍ଷା ଦିଗରେ ଭାରତ ଏବଂ ନାମିବିୟା କାର୍ଯ୍ୟ କରିବେ ।

  • Cheetah as a flagship specie will lead to greater focus on the status of dry-open forest/savanna ecosystems and the need to restore and manage them. Cheetah reintroduction would also greatly enhance local community livelihoods through eco-tourism prospects in the long term.

ବୁଝାମଣାପତ୍ରରେ ଥିବା ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ ହେଲା:

  • ଦୁଇ ଦେଶରେ ଚିତାବାଘଙ୍କ ବିକାଶ ଏବଂ ସେମାନଙ୍କ ସଂରକ୍ଷଣ ଦିଗରେ ଉଭୟ ରାଷ୍ଟ୍ର ନିଜ ନିଜର ବିଶେଷ ଜ୍ଞାନ ଏବଂ କ୍ଷମତା ପରସ୍ପର ମଧ୍ୟରେ ବାଣ୍ଟିବେ।
  • ଉତ୍ତମ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦୁଇ ଦେଶ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବ ବିବିଧତାର ଉପଯୋଗ କ୍ଷେତ୍ରରେ ସହଭାଗୀ ହେବେ ।
  • ଜୈବବିବିଧତାର ସଂରକ୍ଷଣ ନିମନ୍ତେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ସ୍ଥାନୀୟ ଗୋଷ୍ଠୀର ଲୋକମାନେ ଯେଉଁମାନେ କି ବନ୍ୟପ୍ରାଣୀମାନଙ୍କ ଆବାସ ସ୍ଥଳୀ କ୍ଷେତ୍ରରେ ବସବାସ କରିଆସୁଛନ୍ତି ସେମାନଙ୍କ ନିମନ୍ତେ ଜୀବନ ଜୀବିକା ବ୍ୟବସ୍ଥା ସୃଷ୍ଟି କରିବା ।
  • ଜଳବାୟୁ ପରିବର୍ତ୍ତନ, ପର୍ଯ୍ୟାବରଣ ଜନିତ ସୁଶାସନ, ପର୍ଯ୍ୟାବରଣ ଜନିତ ପ୍ରଭାବର ଆକଳନ, ପ୍ରଦୂଷଣ ଓ ବର୍ଜ୍ୟ ପରିଚାଳନା ତଥା ଅନ୍ୟାନ୍ୟ ପାରସ୍ପରିକ ସ୍ୱାର୍ଥଜଡ଼ିତ ପ୍ରସଙ୍ଗରେ ମିଳିତ ସହଯୋଗ ଆଧାରରେ କାର୍ଯ୍ୟ କରିବା ।
  • ପ୍ରଯୁକ୍ତିଗତ ବିଶେଷ ଜ୍ଞାନ ସମେତ ଯେଉଁଠାରେ ଆବଶ୍ୟକ ବନ୍ୟପ୍ରାଣୀ ପରିଚାଳନା ତାଲିମ ଏବଂ ଶିକ୍ଷାଦାନ ନିମନ୍ତେ ଉଭୟ ଦେଶର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଆଦାନ ପ୍ରଦାନ ହେବ ।
  • Completing 75 glorious years of Independence with restoring the fastest terrestrial flagship species, the cheetah, in India, will rekindle the ecological dynamics of the landscape.

କେନ୍ଦ୍ର ପର୍ଯ୍ୟାବରଣ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଏନଟିସିଏ, ଡବ୍ଲୁଆଇଆଇ, ରାଜ୍ୟ ଜଙ୍ଗଲ ବିଭାଗମାନଙ୍କୁ ଭାରତରେ ଚିତାବାଘ ପ୍ରକଳ୍ପର ପୁନଃ ପ୍ରବର୍ତ୍ତନକୁ ସଫଳ କରିବା ସଂପର୍କରେ ସଚେତନ କରାଯିବ । ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ଆଫ୍ରିକାରେ ଚିତାବାଘ ସଂରକ୍ଷଣ ରିଜର୍ଭ କାର୍ଯ୍ୟକ୍ରମର ସଫଳତା ଆଧାରେ ଦକ୍ଷତା ବୃଦ୍ଧି କରାଯିବ । ଏହା ବ୍ୟତୀତ, ଆଫ୍ରିକାର ଚିତା ପରିଚାଳକ ତଥା ପ୍ରାଣୀ ବିଜ୍ଞାନୀମାନେ ସେମାନଙ୍କର ଭାରତୀୟ ପ୍ରତିପକ୍ଷଙ୍କୁ ସକଳ ପ୍ରକାର ତାଲିମ ପ୍ରଦାନ କରିବେ ।

୨୦୨୦ ମସିହାରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ, ଭାରତରେ ଚିତାବାଘର ପୁନଃପ୍ରବର୍ତ୍ତନ କାର୍ଯ୍ୟକ୍ରମକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ), କେନ୍ଦ୍ର ପର୍ଯ୍ୟାବରଣ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପରିଚାଳନା କରୁଛନ୍ତି । ଭାରତର ସୁପ୍ରିମକୋର୍ଟଙ୍କ ଦ୍ୱାରା ଅବସ୍ଥାପିତ ବିଶେଷଜ୍ଞ କମିଟି ଏହାକୁ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶନା ପ୍ରଦାନ କରୁଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.