ETV Bharat / bharat

କୋରୋନା ଚେନ ଭାଙ୍ଗିବାକୁ ୩ଟି ଉପାୟ ଦେଲେ ଗୁଲେରିଆ

author img

By

Published : May 4, 2021, 7:49 PM IST

ହାମାରୀ କୋରୋନା ଭାଇରସର ଦ୍ବିତୀୟ ଲହରକୁ ନେଇ ଦେଶବାସୀ ଭୟଭିତ ଓ ଚିନ୍ତିତ ଥିବାବେଳେ, ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି କିଭଳି ଅଟକିବ କୋରୋନା ସଂକ୍ରମଣ । ଅଧିକ ପଢନ୍ତୁ...

କୋରୋନା ଚେନ ଭାଙ୍ଗିବାକୁ ୩ଟି ଉପାୟ ଦେଲେ ଏମ୍‌ସ ମୁଖ୍ୟ ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସର ଦ୍ବିତୀୟ ଲହରକୁ ନେଇ ଦେଶବାସୀ ଭୟଭିତ ଓ ଚିନ୍ତିତ ଥିବା ବେଳେ ଏ ନେଇ ନିଜର ମତ ରଖିଛନ୍ତି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍‌ସ)ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ । ସେ କହିଛନ୍ତି ଯେ, ଯଦି ଏହି ଭୂତାଣୁ ଆଗକୁ ଏମିତି ବଢିଚାଲେ ତେବେ ଭାରତ ବହୁତ ଜଲଦି କୋରୋନା ମହାମାରୀର ତୃତୀୟ ଲହରୀ ଦେଖିବ । ଏବେ ବଢୁଥିବା କୋରୋନା ମାହାମାରୀକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ସପାହାନ୍ତ ଲକଡାଉନ ଏବଂ ନାଇଟ୍ କର୍ଫ୍ୟୁ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଗୁଲେରିଆ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।

ସେ କହିଛନ୍ତି ଏପରି ନିଷ୍ପତ୍ତି ଦ୍ବାରା ମହାମାରୀକୁ ରୋକାଯାଇ ପାରିବ ନାହିଁ। ତାଙ୍କ ହିସାବରେ ମହାମାରୀ କୋରୋନାକୁ ସଂପୂର୍ଣ୍ଣ ଆୟତ୍ତକୁ ଆଣିବା ପାଇଁ ହେଲେ ଯଥେଷ୍ଟ ସମୟ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରିବା ଏକମାତ୍ର ବିକଳ୍ପ । ଏକ ଟିଭି ଚ୍ୟାନେଲ ସହ ସାକ୍ଷାତକାରରେ ରଣଦୀପ ଗୁଲେରିଆ କହିଛନ୍ତି ଯେ, "ଏଠାରେ ତିନୋଟି ଜିନିଷକୁ ବି‌ଶେଷ ଗୁରୁତ୍ବ ଦିଆଯିବା ଆବଶ୍ୟକ ।

ପ୍ରଥମଟି ହସ୍ପିଟାଲର ଭିତ୍ତିଭୂମିରେ ଉନ୍ନତି ଆଣିବା, ଦ୍ବିତୀୟତଃ ଅଧିକରୁ ଅଧିକ ସତର୍କ ରହି ଲୋକମାନଙ୍କ ସହ ଘନିଷ୍ଠତା ଛିନ୍ନ କରିବା ଏବଂ ତୃତୀୟଟି ହେଉଛି ଟୀକାକରଣ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.