ETV Bharat / bharat

ଡିସେମ୍ବର 2020 ସୁଦ୍ଧା ଭାରତକୁ ମିଳିବ ୧୦କୋଟି ଆଷ୍ଟ୍ରାଜେନିକା ଟିକା - କୋରୋନା ଭ୍ୟାକସିନ

ଭାରତକୁ ମିଳିବାକୁ ଯାଉଛି ୧୦ କୋଟି କୋରୋନା ଭ୍ୟାକସିନ ଡୋଜ । ଆଗାମୀ ଡିସେମ୍ବର ମାସ ସୁଦ୍ଧା ଭାରତକୁ ୧୦ କୋଟି ଆଷ୍ଟ୍ରାଜେନିକା କୋରୋନା ଟିକା ମିଳିବ ବୋଲି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଅଧିକ ପଢନ୍ତୁ...

India may get 100 million doses of AstraZeneca's COVID-19 vaccine by Dec 2020
ଡିସେମ୍ବର 2020 ସୁଦ୍ଧା ଭାରତକୁ ମିଳିବ ୧୦କୋଟି ଆଷ୍ଟ୍ରାଜେନିକା ଟିକା
author img

By

Published : Nov 15, 2020, 10:35 AM IST

ନୂଆଦିଲ୍ଲୀ: ଦୀପାବଳି​‌ରେ ଭାରତ ପାଇଁ ବଡ଼ ଉପହାର । ଭାରତକୁ ମିଳିବାକୁ ଯାଉଛି ୧୦ କୋଟି କୋରୋନା ଭ୍ୟାକସିନ ଡୋଜ । ଦୀର୍ଘ ୯ ମାସ ହେଲା କୋରୋନା ମହମାରୀ ସହ ଲଢ଼େଇ କରୁଛି ଦେଶ। ତେବେ କୋରୋନା ଟିକା ଆସିବ, ସେନେଇ ସମସ୍ତେ ଅପେକ୍ଷାରତ । କିନ୍ତୁ ଏବେ ସେହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଗାମୀ ଡିସେମ୍ବର ମାସ ସୁଦ୍ଧା ଭାରତକୁ ୧୦ କୋଟି ଆଷ୍ଟ୍ରାଜେନିକା କୋରୋନା ଟିକା ମିଳିବ ବୋଲି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ସିରମ ଇନଷ୍ଟିଚ୍ୟୁଟ କୋରୋନା ଟିକା ଉତ୍ପାଦନ ବୃଦ୍ଧି କରିବା ଲାଗି ତତ୍ପରତା ପ୍ରକାଶ କରିଛି। ବିଶ୍ବର ସର୍ବବୃହତ ଟିକା ପ୍ରସ୍ତୁତକାରୀ ଏହି କମ୍ପାନୀ କହିଛି ଯେ, ଆସନ୍ତା ମାସରେ ଭାରତରେ କୋରୋନା ଟିକାକରଣ କରାଯିବାର ସମ୍ଭାବନା ରହିଛି। ଚୂଡାନ୍ତ ପର୍ଯ୍ୟାୟ ଟିକା ପରୀକ୍ଷାର ଫଳକୁ ଅପେକ୍ଷା କରାଯାଇଛି। ଯଦି ଏହି ଆଷ୍ଟ୍ରାଜେନିକା ଟିକା କୋରୋନା ଭୂତାଣୁ ସଂକ୍ରମଣକୁ ପ୍ରଭାବଶାଳୀ ଭାବେ ପ୍ରତିରୋଧ କରିପାରୁଥିବ ତେବେ ଏହାର ଉତ୍ପାଦନ ବୃଦ୍ଧି କରାଯିବ। ତେବେ ଏନେଇ ବ୍ଲୁମବର୍ଗକୁ ଦେଇଥିବା ଏକ ସାକ୍ଷାତକାରରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା କହିଛନ୍ତି।

2021 ସୁଦ୍ଧା ଉତ୍ପାଦନ କ୍ଷମତାକୁ 1 ବିଲିୟନ ଡ଼ୋଜକୁ ବୃଦ୍ଧି କରିବା ପାଇଁ ପୁନାୱାଲା ତାଙ୍କ ନିଜ ସମ୍ପତ୍ତିରୁ 250 ନିୟୁତ ଡଲାର ନିୟୋଜିତ କରୁଛନ୍ତି । ଆଷ୍ଟ୍ରାଜେନିକା ସହଯୋଗରେ ସିରମ ଇନଷ୍ଟିଚ୍ୟୁଟ ୧୦୦ କୋଟି ଡୋଜ କୋରୋନା ଟିକା ପ୍ରସ୍ତୁତ ଲାଗି ବୁଝାମଣା କରିଛି। ବ୍ରିଟେନରେ ପ୍ରସ୍ତୁତ ହେଉଥିବା ଆଷ୍ଟ୍ରାଜେନିକା ଟିକା ଭାରତ ସମେତ ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ମାନବ ପରୀକ୍ଷଣ କରାଯାଉଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.