ETV Bharat / bharat

India Corona, 8ହଜାର ଉପରେ ଦୈନିକ ସଂକ୍ରମଣ - ଦେଶରେ କମିଲା ସଂକ୍ରମଣ

ଦେଶରେ କମିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 8,586 ନୂଆ କୋରୋନା ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona, ଆଜି ବି ୧୦ ହଜାର ତଳେ ସଂକ୍ରମଣ

author img

By

Published : Aug 23, 2022, 9:50 AM IST

ନୂଆଦିଲ୍ଲୀ: ଦେଶରେ ଦୁଇ ଦିନ ହେଲା କମୁଛି କୋରୋନା ସଂକ୍ରମଣ । ଆଜି ବି ପଜିଟିଭ ମାମଲା 10 ହଜାର ତଳେ ରହିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 8,586 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 8,586 fresh Covid Cases) । ସେହିପରି ଦିନକରେ 48 ଜଣଙ୍କ ମୃତ୍ୟୁ ଘଟିଛି ଏବଂ 9,680 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା 4,37,33,62 କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ କମିବା ସହ ବର୍ତ୍ତମାନ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 96,506ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 2.19% ରହିଛି । ଏବେ ସୁଦ୍ଧା ସମୁଦାୟ 5,27,416 ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ 210 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 29,25,342 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.