ETV Bharat / bharat

India Corona Cases: ଉପର ମୁହାଁ କୋରୋନା ଗ୍ରାଫ, 3 ହଜାର ଟପିଲା ଦୈନିକ ସଂକ୍ରମଣ

author img

By

Published : Mar 30, 2023, 11:08 AM IST

ଦେଶରେ ଉପରମୁହାଁ ହେଉଛି କୋରୋନା ସଂକ୍ରମଣ । ଦିନକରେ 3ହଜାର ପାର କଲା ସଂକ୍ରମଣ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ପୁଣି ଉଗ୍ରରୂପ ନେବ କି କୋରୋନା ମହାମାରୀ । ଆସିବକି ଚତୁର୍ଥ ଲହରୀ । ଏନେଇ ସମସ୍ତଙ୍କ ମନରେ ଆଶଙ୍କା । କାହିଁକିନା ଗତ କିଛିଦିନ ହେବ କୋରୋନା ସଂକ୍ରମଣ ପୁଣି ଉପରାମୁହାଁ ହୋଇଛି । ଗତ 24 ଘଣ୍ଟାରେ ଦେଶରେ 3ହଜାର 16 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଦେଶରେ 2 ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହା ଗତ 5 ମାସରେ ସର୍ବାଧିକ ଥିଲା । ଆଜି ଦୈନିକ ସଂକ୍ରମଣ 3 ହଜାର ପାର କରିଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛି । ଆଜିର ସଂକ୍ରମଣ ଗତ 6 ମାସ ମଧ୍ୟରେ ସର୍ବାଧିକ ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 13 ହଜାର 509ରେ ପହଞ୍ଚିଛି । ସେହିପରି ଗତ 24 ଘଣ୍ଟା ମଧ୍ୟରେ 13 ଶହ 96 ଜଣ କୋରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥଙ୍କ ସଂଖ୍ୟା 4କୋଟି 41 ଲକ୍ଷ 68 ହଜାର 321ରେ ପହଞ୍ଚିଛି । ସେହିପରି ଆଜି ଦେଶରେ କୋରୋନା ସଂକ୍ରମଣ ଯୋଗୁଁ 14 ଜଣଙ୍କର ମୃତ୍ୟୁ ହୋଇଛି । ସେଥିମଧ୍ୟରୁ 3ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ଦୁଇ ଜଣ ଦିଲ୍ଲୀ, ଜଣେ ହିମାଚଳ ପ୍ରଦେଶ ଓ 8 ଜଣ କେରଳରୁ ରହିଛନ୍ତି ।

ଏହାକୁ ମିଶାଇ ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 5 ଲକ୍ଷ 30 ହଜାର 862 ରହିଛି । ବର୍ତ୍ତମାନ ସୁଦ୍ଧା 220କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ମାଗଣା ଟୀକାକରଣ କରାଯାଇଛି । ଗତକାଲି 15 ହଜାର 784 ଜଣଙ୍କୁ କୋଭିଡ ଟିକା ଦିଆଯାଇଛି । 1 ଲକ୍ଷ 10 ହଜାର 522 ଜଣଙ୍କର କୋରୋନା ପରୀକ୍ଷା କରାଯାଇଛି । ଦେଶରେ ଦୈନିକ ପଜିଟିଭ ହାର 2.73 ପ୍ରତିଶତ ରହିଛି ।

ଗତ କିଛି ଦିନର ବ୍ୟବଧାନ ପରେ ଦେଶେ କୋରୋନା ସଂକ୍ରମଣ ମାମଲା ବୃଦ୍ଧି ହେବାରେ ଲାଗିଛି । ଆଗୁଆ ସତର୍କ ରହିବାରୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚସ୍ତରୀୟ ବୈଠକ କରାଯାଇ ସମୀକ୍ଷା କରାଯାଉଛି । ବିଶେଷ ଭାବରେ କୋଭିଡକୁ କିଭଳି ଭାବରେ ମୁକାବିଲା କରାଯିବ, ଟେଷ୍ଟିଂ ଟ୍ରାକିଂ ଏବଂ ସର୍ଭିଲାନ୍ସ କରାଯିବ ସେ ନେଇ ରାଜ୍ୟ ଗୁଡିକୁ ସତର୍କ କରାଯାଉଛି । ଯେଉଁମାନଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଦେବ ସେମାନେ ଟେଷ୍ଟ କରି ଆଇସୋଲେସନରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପରାମର୍ଶ ଦିଆଯାଇଛି । କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ଜରୁରୀ ଆଜି ଜରୁରୀକାଳିନ ବୈଠକ ଡକାଇଛନ୍ତି । ଦିଲ୍ଲୀରେ ଗୋଟିଏ ଦିନରେ 300 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.