ETV Bharat / bharat

India Corona: ଦେଶରେ 4 ହଜାର ମୁହାଁ ଦୈନିକ ସଂକ୍ରମଣ - ଦେଶରେ କୋରୋନା ସଂକ୍ରମଣ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3 ହଜାର 824 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

India Corona Update
India Corona Update
author img

By

Published : Apr 2, 2023, 11:08 AM IST

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ହେଉଛି କୋରୋନା ସଂକ୍ରମଣ । ଗୋଟିଏ ଦିନ ବ୍ୟବଧାନ ପରେ ପୁଣି ବୃଦ୍ଧି ହେଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 3ହଜାର 824 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ ଆକ୍ଟିଭ ସଂଖ୍ୟା 18 ହଜାର 389ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ନୌସେନା ମୁଖ୍ୟ ଆର ହରି କୁମାର କୋରୋନା ପଜିଟିଭ

ସେହିପରି ଗତ 24 ଘଣ୍ଟା ମଧ୍ୟରେ 1784ଜଣ କୋରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା 4କୋଟି 41 ଲକ୍ଷ 73 ହଜାର ପାର କରିଛି । ଦୈନିକ ସଂକ୍ରମିତ ହାର 2.87 ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭ ରେଟ 2.24 ପ୍ରତିଶତ ରହିଛି । ବର୍ତ୍ତମାନ ସୁଦ୍ଧା 92 କୋଟିରୁ ଊର୍ଦ୍ଧ୍ବ ଲୋକଙ୍କର କୋରୋନା ପରୀକ୍ଷା କରାଯାଇଛି । 24 ଘଣ୍ଟା ମଧ୍ୟରେ ଏକ ଲକ୍ଷ 33 ହଜାର ଲୋକଙ୍କର କୋରୋନା ଟେଷ୍ଟ କରାଯାଇଛି ।

ଦେଶରେ ବର୍ତ୍ତମାନ 220.66 କୋଟି ଲୋକ କୋରୋନା ଟିକା ନେଇଛନ୍ତି । ସେଥି ମଧ୍ୟରୁ 95.21କୋଟି ଦ୍ବିତୀୟ ଡୋଜ ନେଇଥିବା ବେଳେ 22.86 କୋଟି ଲୋକଙ୍କୁ ବୁଷ୍ଠର ଡୋଜ ଦିଆଯାଇଛି । ଗତକାଲି ଦେଶରେ 2,994 କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପୂର୍ବରୁ ଲଗାତାର ତିନି ଦିନ ସଂକ୍ରମଣ 3 ହଜାର ପାର କରିଥିଲା । ମାର୍ଚ୍ଚ 31 ତାରିଖ ଦିନ 3ହଜାର 95 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ 30 ତାରିଖରେ 3 ହଜାର 16 ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହା ଗତ 6 ମାସ ତୁଳନାରେ ସର୍ବାଧିକ ରହିଥିଲା ।

ଏହା ମଧ୍ୟ ପଢନ୍ତୁ-ନିଜ ଘରକୁ ରାହୁଲ ଗାନ୍ଧୀଙ୍କ ନାମରେ କରିଦେଲେ ଜଣେ ମହିଳା, କହିଲେ ଏମିତି

କିଛି ମାସର ବ୍ୟବଧାନ ପରେ ଦେଶରେ କୋରୋନା ସଂକ୍ରମଣ ବୃଦ୍ଧି ହେବାରେ ଲାଗିଛି । ଯାହାକୁ ନେଇ ଦେଶବାସୀଙ୍କ ଚିନ୍ତା ବଢିଛି । କୋରୋନାର ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଗୁଆ ସତର୍କ ରହିବାରୁ ପୂର୍ବରୁ ରାଜ୍ୟ ଗୁଡିକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ । କୋରୋନାକୁ ମାତ ଦେବା ପାଇଁ ଉଚ୍ଚସ୍ତରୀୟ ବୈଠକ କରାଯାଇ ସମୀକ୍ଷା କରାଯାଉଛି । ବିଶେଷ ଭାବରେ ଟେଷ୍ଟିଂ ଟ୍ରାକିଂ ଏବଂ ସର୍ଭିଲାନ୍ସ କରାଯିବ ସେ ନେଇ ସତର୍କ କରାଯାଉଛି । ଯେଉଁମାନଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଦେବ ସେମାନେ ଟେଷ୍ଟ କରି ଆଇସୋଲେସନରେ ରହିବାକୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.