ETV Bharat / bharat

India Corona: ୨ ହଜାର ଟପିଲା ଦୈନିକ ସଂକ୍ରମଣ, ୫ ମାସରେ ସର୍ବାଧିକ ମାମଲା - କୋରୋନା ସଂକ୍ରମଣ

ଦେଶରେ ୫ମାସ ପରେ ୨ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨ହଜାର ୧୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

India Corona
India Corona
author img

By

Published : Mar 29, 2023, 11:37 AM IST

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଛି କୋରୋନା ସଂକ୍ରମଣ । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହାରି ଭିତରେ ଆଜି ୨ହଜାର ୧୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକି ୫ ମାସ ଭିତରେ ସବୁଠାରୁ ଅଧିକ ସଂକ୍ରମଣ ମାମଲା । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । କିଛି ଦିନ ହେଲା ଭାରତରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଯାହାକୁ ନେଇ ଏବେ ଲୋକଙ୍କ ମନରେ ଚତୁର୍ଥ ଲହର ଭୟ ପ୍ରକାଶ ପାଇଛି ।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୨ହଜାର ୧୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧ ହଜାର ୯୦୩କୁ ବୃଦ୍ଧି ପାଇଛି । ତେବେ ସଂକ୍ରମିତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ୨୭ ଘଣ୍ଟାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୫,୩୦,୮୪୮କୁ ବୃଦ୍ଧି ପାଇଛି । ତେବେ ମୃତକଙ୍କ ମଧ୍ୟରେ ୩ ଜଣ ମହରାଷ୍ଟ୍ର, ଜଣେ କର୍ଣ୍ଣାଟକ ଏବଂ ୩ଜଣ କେରଳର ରହିଛନ୍ତି ।

ଦୈନିକ ପଜିଟିଭ ହାର ୧.୫୧ ରହିଥିବା ବେଳେ ଦୈନିକ ପଜିଟିଭ ହାର ୧.୫୩ ପ୍ରତିଶତ ରହିଛି । ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୪କୋଟି ୪୭ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତ ୨୪ ଘଣ୍ଟାରେ ୧୨୦୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୪କୋଟି ୪୧ ଲକ୍ଷ ୬୬ ହଜାର ୯୨୫ରେ ପହଞ୍ଚିଛି ।

ଅନ୍ୟପଟେ ୨୪ ଘଣ୍ଟାରେ ୧୧ହଜାର ୩୩୬ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି । ଫଳରେ ଟିକା ନେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୨୦ କୋଟି ୬୫ ଲକ୍ଷରେ ପହଞ୍ଚିଛି । ୯୫.୨୦ ସେକେଣ୍ଡ ଡୋଜ ଟିକା ନେଇଥିବା ବେଳେ ୨୨.୮୬ କୋଟି ଲୋକ ବୁଷ୍ଟର ଡୋଜ ନେଇଛନ୍ତି । ଗତ କିଛି ଦିନର ବ୍ୟବଧାନ ପରେ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଆଗୁଆ ସତର୍କ ହୋଇଛନ୍ତି କେନ୍ଦ୍ର ସରକାର । ଉଚ୍ଚସ୍ତରୀୟ ବୈଠକ କରାଯାଇ ସମୀକ୍ଷା କରାଯାଉଛି । ବିଶେଷ ଭାବରେ କୋଭିଡକୁ କିଭଳି ଭାବରେ ମୁକାବିଲା କରାଯିବ, ଟେଷ୍ଟିଂ ଟ୍ରାକିଂ ଏବଂ ସର୍ଭିଲାନ୍ସ କରାଯିବ ସେ ନେଇ ସତର୍କ କରାଯାଉଛି । ଯେଉଁମାନଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଦେବ ସେମାନେ ଟେଷ୍ଟ କରି ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.