ETV Bharat / bharat

India Corona: ଉପରମୁହାଁ କୋରୋନା, ଦିନକରେ 2380 ନୂଆ ସଂକ୍ରମିତ

author img

By

Published : Apr 21, 2022, 10:11 AM IST

ଦେଶରେ ପୁଣି ଫଣା ଟେକୁଛି କୋରୋନା । ଗତ ୨୪ ଘଣ୍ଟା ମଧ୍ୟରେ 2,380 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଉପରମୁହାଁ କୋରୋନା, ଦିନକରେ 2380 ନୂଆ ସଂକ୍ରମିତ
India Corona: ଉପରମୁହାଁ କୋରୋନା, ଦିନକରେ 2380 ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କୋରୋନା । ଦିନକୁ ଦିନ ବଢୁଥିବା ସଂକ୍ରମଣ ମାମଲା ପୁଣିଥରେ ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ 2,380 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି(India reports 2,380 fresh covid cases) । ସଂକ୍ରମଣ ବଢିବା ସହ ଆଜି ମୃତ୍ୟୁସଂଖ୍ୟା ମଧ୍ୟ ଅଧିକ ରେକର୍ଡ ହୋଇଛି । ଦିନକରେ ଦେଶରେ 56 କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ଦେଶରେ ମୋଟ ସକ୍ରିୟ 13,433,କୁ ବୃଦ୍ଧି ପାଇଛି । ଏଯାବତ୍ ସମୁଦାୟ 4,30,49,974 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ 5,22,062 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 187 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 13 ଲକ୍ଷ ଡୋଜ୍ ଦିଆଯାଇଛି । ଅନ୍ୟପଟେ ଗତକାଲି(ବୁଧବାର) ଦିଲ୍ଲୀରେ ଏକ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେବା ପରେ ଏଠାରେ ମାସ୍କ ବ୍ୟବହାରକୁ ପୁଣିଥରେ ବାଧ୍ୟତାମୂଳକ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.