ETV Bharat / bharat

India Corona, ଦିନକରେ 10 ହଜାରରୁ ଅଧିକ ସଂକ୍ରମିତ - ଭାରତରେ କୋରୋନା ମୃତ୍ୟୁ

ଦେଶରେ ବଢିଲା ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 10,649 ନୂଆ କୋରୋନା ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona, ଦିନକରେ 10 ହଜାରରୁ ଅଧିକ ସଂକ୍ରମିତ

author img

By

Published : Aug 24, 2022, 10:26 AM IST

ନୂଆଦିଲ୍ଲୀ: ଦେଶରେ ବଢିଲା କୋରୋନା ସଂକ୍ରମଣ । ଦିନକରେ ପଜିଟିଭି ମାମଲା ପୁଣି 10 ହଜାର ପାର୍ କରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 10,649 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 10,649 fresh Covid Cases) । ଗତକାଲି ଏହି ସଂଖ୍ୟା 8,586 ଥିଲା । ସେହିପରି ଦିନକରେ 36 ଜଣଙ୍କ ମୃତ୍ୟୁ ହୋଇଛି । 24 ଘଣ୍ଟାରେ 10,677 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା 4,37,44,301କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଭାରତରେ କୋରୋନା ସୁସ୍ଥହାର 98.59% ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ଭାରତରେ ପିଲାଙ୍କଠାରେ କାୟାବିସ୍ତାର କରୁଛି Tomato Flu, ସଂକ୍ରମିତ ରାଜ୍ୟ ମଧ୍ୟରେ ଓଡିଶା

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସୁସ୍ଥସଂଖ୍ୟା ବଢିବା ସହ ବର୍ତ୍ତମାନ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 96,442ରେ ପହଞ୍ଚିଛି । ସକ୍ରିୟ ହାର 0.22% ରହିଛି । ଦୈନିକ ପଜିଟିଭ ହାର 2.62% ରହିଛି । ସେହିପରି ଦେଶରେ ସାପ୍ତାହିକ ପଜିଟିଭ ହାର 3.32 ପ୍ରତିଶତ ଅଛି । ଏବେ ସୁଦ୍ଧା ସମୁଦାୟ 5,27,452 ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । କୋଭିଡ ଆରମ୍ଭରୁ ଆଜି ପର୍ଯ୍ୟନ୍ତ ସାରା ଦେଶରେ 88.35 କୋଟି ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ 4,07,096ଟି କୋରୋନା ଟେଷ୍ଟ କରାଯାଇଛି । ଦେଶବ୍ୟାପୀ 209 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 27,17,979 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.