ETV Bharat / bharat

India Corona, ଦିନକରେ 16299 ନୂଆ ସଂକ୍ରମିତ - ଭାରତ କୋରୋନା ମୃତ୍ୟୁ

ଦେଶରେ ଦିନକରେ 16,299 ନୂଆ ସଂକ୍ରମିତ ଚିହ୍ନଟ ଓ 53 ମୃତ । ଅଧିକ ପଢନ୍ତୁ

India Corona: ଦିନକରେ 16,299 ନୂଆ ସଂକ୍ରମିତ

author img

By

Published : Aug 11, 2022, 10:21 AM IST

ନୂଆଦିଲ୍ଲୀ: ଦେଶରେ ବଢୁଛି କୋରୋନା ସଂକ୍ରମଣ । କ୍ରମାଗତ ଦ୍ବିତୀୟ ଦିନରେ ଦୈନିକ ପଜିଟିଭ ମାମଲା 15 ହଜାର ଅତିକ୍ରମ କରିଛି । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ 16,299 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 16,299 fresh Covid Cases) । ସେହିପରି ଦିନକରେ 53 ଜଣଙ୍କ ମୃତ୍ୟୁ ଘଟିଛି ଏବଂ 19,431 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା 4,35,55,041କୁ ବୃଦ୍ଧି ପାଇଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସୁସ୍ଥସଂଖ୍ୟା ବଢିବା ସହ ବର୍ତ୍ତମାନ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 1,25,076ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର 4.58% ରହିଛି । ଏବେ ସୁଦ୍ଧା ସମୁଦାୟ 5,26,879 ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଦେଶବ୍ୟାପୀ ମୋଟ 207 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 25,75,389 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.